Loading...

ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା

ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା

ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଡିସିଜିଆଇର ଏକ ପ୍ୟାନେଲ ଏନେଇ ଗ୍ରୀନ ସିଗ୍ନାଲ ଦେଇଛି ।

ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଡିସିଜିଆଇର ଏକ ପ୍ୟାନେଲ ଏନେଇ ଗ୍ରୀନ ସିଗ୍ନାଲ ଦେଇଛି । ବର୍ତ୍ତମାନ ଫାର୍ମା କମ୍ପାନୀ ସେରମ ଏବଂ ଭାରତ ବାୟୋଟେକ୍ କେବଳ କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି କରୁଛନ୍ତି । ଖୋଲା ବଜାରରେ ବିକ୍ରି କରିବା ପାଇଁ ସେମାନେ ଗତ ଅକ୍ଟୋବର ମାସରୁ ଡିସିଜିଆଇକୁ ଅନୁମତି ମାଗିଥିଲେ । ଡିସିଜିଆଇ ପକ୍ଷରୁ ବିଭିନ୍ନ ପ୍ରକାର ତଥ୍ୟର ଅନୁଧ୍ୟାନ କରିବା ପରେ ଅନୁମତି ଦିଆଯାଇଛି ।

ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ବର୍ତ୍ତମାନ ସୁଧା ଦେଶରେ ୧୦୦ କୋଟି କୋଭିସିଲ୍ଡ ଡୋଜ ଦିଆସରିଲାଣି । ଏତେ ବଡ଼ ସଂଖ୍ୟାରେ ଟିକାକରଣ ପରେ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ଡିସିଜିଆଇ ଅନୁଭବ କରିଛନ୍ତି ବୋଲି ସେରମ ପକ୍ଷରୁ କୁହାଯାଇଛି । କୋଭାକ୍ସିନ ମଧ୍ୟ ଦାଖଲ କରିଥିବା ତଥ୍ୟ ଆଧାରରେ ଖୋଲା ବଜାରରେ ଟିକା ବିକ୍ରି ପାଇଁ ଅନୁମତି ପାଇଛି । ତେବେ କିଛି ସର୍ତ୍ତ ସହ ସେମାନେ ଟିକା ବିକ୍ରି କରିପାରିବେ । ଗତ ସପ୍ତାହରେ ମଧ୍ୟ ଏନେଇ ବୈଠକ ହୋଇଥିଲା । ସେତେବେଳେ ଉଭୟ କମ୍ପାନୀଙ୍କୁ ଟିକା ବାବଦରେ ଅଧିକ ତଥ୍ୟ ମଗାଯାଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.