Loading...

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କାରୋନା ଟୀକା

ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କାରୋନା ଟୀକା

ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। କମ୍‌ ଦିନରେ ଯେପରି ଅଧିକ ପିଲାଙ୍କୁ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ପିଲାଙ୍କୁ ଟିକା ଓ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା । ଜାନୁଆରି ୩ ତାରିଖରୁ ୧୫ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କୁ ପ୍ରଥମ ଡୋଜ୍ ଏବଂ ଜାନୁଆରି ୧୦ରୁ ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। କମ୍‌ ଦିନରେ ଯେପରି ଅଧିକ ପିଲାଙ୍କୁ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି ବର୍ଗର ପିଲା ଏବେ ସ୍କୁଲ, କଲେଜ ଯାଉଥିବାରୁ ସେଠାରେ ଶିବିର ଆୟୋଜନ କରି ଟିକା ଦିଆଯିବ। ଏହାବାଦ୍ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପା‌ଇଁ ସ୍ବାସ୍ଥ୍ୟକର୍ମୀଙ୍କ ଟିମ୍‌କୁ ପ୍ରସ୍ତୁତ କରାଯାଇଛି ।

ପଢନ୍ତୁ: ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା, କମିବ ଶୀତ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.