ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
କରୋନାରେ ବାପା, ମା’ଙ୍କୁ ହରାଇ ଅସହାୟ ହୋଇ ପଡିଥିବା ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ସରକାର । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ ।
ମହାମାରୀ କରୋନାରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କର ଦେଖା ରଖା କରିବା ପାଇଁ କେହି ନାହାନ୍ତି। ଏଭଳି ଅନେକ ଅନାଥ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଜୁନ୍ରୁ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଥିଲେ ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେତେବେଳେ ଚିଠି ଲେଖି ଦାବି ରଖିଥିଲା ବିଜୁ ଜନତା ଦଳ। ଯାହା ଆଜି ସଫଳ ହୋଇଛି।
କରୋନାରେ ବାପା, ମା’ଙ୍କୁ ହରାଇ ଅସହାୟ ହୋଇ ପଡିଥିବା ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ସରକାର । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ । ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିପାରିବେ କୋଭିଡ ଅନାଥ। ଏହି କୋଟାରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ। ଏମପି କୋଟାକୁ ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ ୧୦ଜଣ କୋଭିଡ ଅନାଥଙ୍କୁ ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ଜଣ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି ସୁଯୋଗ ମିଳିବ ।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।