Loading...

ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବାନେଇ ବିଚାରବିମର୍ଶ

ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବାନେଇ ବିଚାରବିମର୍ଶ

ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୩ ଦିନରେ ୪୫ ପ୍ରତିଶତଙ୍କୁ ଟିକା ଦିଆସରିଛି ।

ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୩ ଦିନରେ ୪୫ ପ୍ରତିଶତଙ୍କୁ ଟିକା ଦିଆସରିଛି । ଜାନୁଆରୀ ଶେଷ ସୁଦ୍ଧା ୭ କୋଟି ୪୦ ଲକ୍ଷଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଫେବ୍ରୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଟିକାକରଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଡକ୍ଟର ଅରୋରା । ୧୫ରୁ ୧୮ ବର୍ଷଙ୍କୁ ଟିକାକରଣ ପରେ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷକୁ ଟିକାକରଣ କରାଯିବ ।


 

ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ନେସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ଏନ୍.କେ ଅରୋରା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯାଇପାରେ । ଏବେ ୧୫ରୁ ୧୮ ବର୍ଷଙ୍କୁ ପ୍ରାଥମିକତା ଭିତିରେ ଟିକା ଦିଆଯାଉଛି । ୩ କୋଟି ୩୧ ଲକ୍ଷରୁ ଅଧିକ ପିଲା ବର୍ତମାନ ସୁଦ୍ଧା କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.