News

ରାୟଗଡାର ସିଙ୍ଗାପୁର ରେଳଧାରଣାରେ ଫାଟ,ଟ୍ରେନ୍ ଚଳାଚଳ ପ୍ରଭାବିତ

railtrack

ଆଜି ରାୟଗଡା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ସିଙ୍ଗାପୁର ରୋଡ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଥିଲା, ଯାହାଫଳରେ ରେଳ ଚଳଚଳ ବ୍ୟାହତ ହୋଇଥିଲା । ସୁରକ୍ଷା ଦୃଷ୍ଟରୁ କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନ୍ କୁ ଅଟକ ରଖାଯାଇଛି । ସେହି ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଫାଟ ଥିବା ଜାଣିପାରି ସେହି ରୁଟ୍ ରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି । ରେଲୱେ କର୍ମଚାରୀଙ୍କ ଦ୍ବାରା ରେଳ ଧାରଣାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

railtrack

ସୂଚନାଯୋଗ୍ୟ, ଗତ ୨୫ ତାରିଖ ଦିନ ଏହି ଜାଗାରେ ଫାଟ ଦେଖାଇଥିଲା । ଏବଂ ଏହି ରୁଟ୍ ଦେଇ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲା ।ରେଳ ବିଭାଗ ଅଧିକାରୀଙ୍କ କହିବା କଥା ପ୍ରବଳ ଥଣ୍ଡା ଯୋଗୁ ରେଳଧାରଣର ଜଏଣ୍ଟ ଖସିଯିବାରୁ ଏପରି ଘଟିଛି । ବର୍ତ୍ତମାନ ୪ ନମ୍ବର ରେଳଧାରଣ ଦେଇ ଟ୍ରେନ ଯିବା ଆସିବା କରୁଛି ।

ପଢନ୍ତୁ; ସଂରକ୍ଷଣ ବିଲ୍ ପାସ୍,ଲୋକସଭା ପରେ ରାଜ୍ୟସଭାରେ ଗୃହୀତ

Related posts

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

ENO Beuro

ଟ୍ରମ୍ପ୍‌ଙ୍କ ଘୋଷଣା: ଇରାନ ସହ ଆଣବିକ ଚୁକ୍ତିରୁ ଓହରିଲା ଆମେରିକା

ENO Beuro

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ENO Beuro

Leave a Comment