News

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ମୃତ

ଦୀପାବଳି ପୂର୍ବରୁ ଆଜି ଭୁବନେଶ୍ୱର ଉପକଣ୍ଠରେ ଏକ ଅଭାବନୀୟ ଘଟଣା ଘଟିଛି। ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ମିଶ୍ର ସାହିରେ ଗୁରୁବାର ପୂର୍ବାହ୍ନରେ ବାଣ ଭିଡ଼ିବାବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେଜଣ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି।

cracker

ମୃତ ଦମ୍ପତିଙ୍କ ପରିଚୟ ଜ୍ଞାନରଂଜନ ମିଶ୍ର ଏବଂ ଝୁନାମଣି ମିଶ୍ର ହୋଇଥିବା ଜଣାପଡିଛି । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ କିଛି କ୍ଷଣରେ ସେହି ସ୍ଥାନ ଖିନଭିନ ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ,ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯାଇଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ତିନି ରୁମ୍ ବିଶିଷ୍ଟ କୋଠାଘର ନଷ୍ଟ ହୋଇଯାଇଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଗାଁରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ପଢନ୍ତୁ; ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

Related posts

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

ENO Beuro

ମାଳଦ୍ୱୀପ ସଙ୍କଟ : ନୌସେନା ଓ ଆକାଶ ବାହିନୀକୁ ସଜାଗ ରଖିଛି ଭାରତୀୟ ସେନା

ENO Beuro

କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ମାରୁ ମାରୁ ମାରି ଦେଲି …..

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More