Loading...

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ଅନୁମତି

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ଅନୁମତି

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ।

ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ। ପ୍ରତ୍ୟେକ ଦୋକାନୀ ନିଜ ଦୋକାନରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ସହ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ ରଖିବେ। ନିଜ ଦୋକାନ ସହ ଦୋକାନର ୫ ମିଟର ପରିଧିକୁ ସ୍ବଚ୍ଛ ରଖିବେ। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଏମ୍‌ସି, କମିଶନରେଟ ପୋଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ବାଡ୍‌ ଗଠନ କରାଯାଇଛି। ୩ଟି ଜୋନ୍‌ରେ ଥିବା ଏହି ଦୋକାନଗୁଡିକୁ ସ୍କ୍ବାଡ୍‌ ସଦସ୍ୟମାନେ ନିୟମିତ ପ୍ରଦକ୍ଷିଣ କରିବେ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଚଳିତ ଦୀପାବଳିକୁ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କରିବା ପାଇଁ ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ପ୍ରାଧାନ୍ୟ ଦିଆଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.