• Home
  • SPORTS
  • ବିସିସିଆଇର ନୂତନ ନିୟମ : ଧୋନୀଙ୍କୁ ଝଟକା
SPORTS

ବିସିସିଆଇର ନୂତନ ନିୟମ : ଧୋନୀଙ୍କୁ ଝଟକା

ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ  ନୂତନ କେନ୍ଦ୍ରୀୟ ଅନୁବନ୍ଧ ନିୟମ

ଶ୍ରୀଲଙ୍କାରେ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଖୁସି ଖବର ମିଳିପାରେ । କାରଣ ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ  ନୂତନ କେନ୍ଦ୍ରୀୟ ଅନୁବନ୍ଧ ହେବାକୁ ଯାଉଛି । ବିସିସିଆଇ ସୂତ୍ର ଅନୁସାରେ ଏହି ଅନୁବନ୍ଧକୁ ଶୀଘ୍ର ଲାଗୁ କରାଯିବ । ଅନ୍ୟଥା ଆଇପିଏଲ ପ୍ଲେୟାର ଇନ୍ୟୁରାନ୍ସ ପଲିସି କ୍ରିୟାନ୍ଵିତ ହୋଇ ପାରିବ ନାହିଁ ।

ଏହି ନୂତନ କେନ୍ଦ୍ରୀୟ ଅନୁବନ୍ଧରେ ଅଧିକାଂଶ ଖେଳାଳିଙ୍କୁ ଲାଭ ମିଳିବ । କିନ୍ତୁ ଭାରତର  ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଝଟକା ଲଗିବ । ଧୋନୀ ଏ ପର୍ୟ୍ୟନ୍ତ ଟପ ଗ୍ରେଡ ଏରେ ସାମିଲ ଥିଲେ। ମାତ୍ର ଏବେ ସେ ଟେଷ୍ଟ କ୍ରିକେଟ୍ ଖେଳୁ ନାହାନ୍ତି । ତେଣୁ ତାଙ୍କୁ  ଏପ୍ଲସ ଗ୍ରେଡରେ ସାମିଲ କରାଯିବ ନାହିଁ । ଧୋନୀଙ୍କୁ ଏହା ଏକ ପ୍ରକାର ଝଟକା ।

ଧୋନୀ ଭାରତୀୟ କ୍ରିକେଟ ଦଳ ପକ୍ଷରୁ ସେହି ଗ୍ରୁପରେ ସାମିଲ ଥିଲେ ଯେଉଁଥିରେ ଧୋନୀ, ଅଧିନାୟକ କୋହଲି ଓ କୋଚ ରବି ଶାସ୍ତ୍ରୀ ବିସିସିଆଇ ସହିତ ୪ ଗ୍ରୁପକୁ ଅନୁବନ୍ଧ ପାଇଁ ମଞ୍ଜୁର ପ୍ରଦାନ କରିଥିଲେ। ଏପର୍ୟ୍ୟନ୍ତ କେନ୍ଦ୍ରୀୟ ଅନୁବନ୍ଧରେ ଖେଳାଳିଙ୍କୁ ଏ, ବି ଓ ସି ଗ୍ରେଡରେ ବଣ୍ଟା ଯାଇଥିଲା ।  ମାତ୍ର ଏବେ ଏ ପ୍ଲସ ଗ୍ରେଡକୁ ଯୋଡ଼ା ଯାଇଛି। କ୍ରିକେଟର ତିନୋଟି ଫର୍ମାଟରେ ଖେଳୁଥିବା ଖେଳାଳିଙ୍କୁ ଏ ପ୍ଲସ ଗ୍ରେଡରେ ସାମିଲ କରାଯିବ ।

ବର୍ତ୍ତମାନର କେନ୍ଦ୍ରୀୟ ଅନୁବନ୍ଧ ଆଧାରରେ ଏ ଗ୍ରେଡ ଖେଳାଳିଙ୍କୁ ୨ କୋଟି, ବି ଗ୍ରେଡ ଖେଳାଳିଙ୍କୁ ଏକ କୋଟି ଏବଂ ସି ଗ୍ରେଡ ଖେଳାଳିଙ୍କୁ  ୫୦ ଲକ୍ଷ ଟଙ୍କା ମିଳୁଛି। ନୂତନ କେନ୍ଦ୍ରୀୟ ଅନୁବନ୍ଧ ଆଧାରରେ ଏହି ରାଶିରେ ବୃଦ୍ଧି ହେବା ନିଶ୍ଚିତ ଲାଗୁଛି ।
ବିସିସିଆଇର ନୂତନ ନିୟମ : ଧୋନୀଙ୍କୁ ଝଟକା dhoni
ପଢନ୍ତୁ ;

ହକି ବିଶ୍ଵକପ ୨୦୧୮ : ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା:ଦୂତି ପାଇବେ ଦେଢ କୋଟି

Krishna Kumar Manoj

ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

Krishna Kumar Manoj

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More