SPORTS

ବିଶ୍ଵକପ ସେମିରେ ଭାରତକୁ ଝଟକା, ଆଉଟ ହେଲେ ରୋହିତ, ରାହୁଲ୍, ବିରାଟ ଓ ଦିନେଶ

Untitled 1

ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍  ଭାରତ ଆଗରେ ୨୪୦ ରନ୍‌ର ଟାର୍ଗେଟ୍ ରଖିଛି। ଏହାକୁ ପିଛା କରୁଥିବା ଟିମ୍ ଇଣ୍ଡିଆର ଶୀର୍ଷ ଚାରି  ବ୍ୟାଟ୍ସମ୍ୟାନ୍ ଶସ୍ତାରେ ପ୍ୟାଭିଲିୟନ୍ ଫେରିଛନ୍ତି।

ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମ୍ୟାଟ ହେନରୀଙ୍କ ବଲରେ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ବିରାଟ୍‌ କୋହଲି (୧)ଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଆଉଟ୍ କରିଛନ୍ତି। ଏହା ପରେ ଅନ୍ୟତମ ଓପ୍ନର ଲୋକେଶ ରାହୁଲଙ୍କୁ ହେନରୀ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ତୃତୀୟ ସଫଳତା ଦେଇଛନ୍ତି। ଏହାପରେ ଦିନେଶ ୬ ରନ କରି ଆଉଟ ହୋଇଯାଇଛନ୍ତି।
ପଢନ୍ତୁ: ବର୍ଷା ଯୋଗୁଁ ସ୍ଥଗିତ ହେଲା ମ୍ୟାଚ୍, ଫାଇନାଲ ଟିକେଟ ପାଇଁ ଆଜି ପୁଣି ମୈଦାନକୁ ଓହ୍ଳାଇବ ବିରାଟ ବାହିନୀ

Related posts

ଶୋଚନୀୟ ପରାଜୟ; ଭାରତ ୧୩୫ ରନରେ ପରାସ୍ତ

ENO Beuro

କଳିଙ୍ଗରେ ହୋଇପାରେ ପୁଣି ଭାରତ-ପାକିସ୍ତାନ ପ୍ରୋ-ହକି ଲିଗ!

Ratnamani Moharana

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

ENO Beuro

1 comment

Leave a Comment