Entertainment

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

ଆଉ ଏକ ଅଭିନେତ୍ରୀ-କ୍ରିକେଟରଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ

କ୍ରିକେଟର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ନୂଆ କଥା ନୁହେଁ । ସେ ବିରାଟ-ଅନୁଷ୍କା ହୁଅନ୍ତୁ ଅଥବା ହରଭଜନ-ଗୀତା ବସ୍ରା। ସର୍ବଦା ଏପରି ଅନେକ ପ୍ରେମ କାହାଣୀ ଚର୍ଚ୍ଚିତ ହୋଇଆସିଛି। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ଏଲି ଅବ୍ରାହମ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।  କୁହାଯାଉଛି ଯେ, ବର୍ତ୍ତମାନ ଉଭୟ ଅଲଗା-ଅଲଗା ହୋଇ ଯାଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବିବାହ ଉତ୍ସବରେ ଏଲି ସାମିଲ ହୋଇଥିଲେ । ଏହା ପରେ ଦର୍ଶକ ଓ ପ୍ରଶଂସକମାନେ ହାର୍ଦ୍ଦିକ ଓ ଏଲିଙ୍କୁ ଏକାଠି ବୁଲୁଥିବାର ଅନେକ ଥର ଦେଖିଥିଲେ। କିନ୍ତୁ ଉଭୟେ କେବେ ବି ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରି ନଥିଲେ । କିଛିମାସ ଧରି ଉଭୟଙ୍କ ମଧ୍ୟରେ ଗୁପ୍ତ ପ୍ରେମ ଚାଲିଥିବା ବେଳେ ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି ।

କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବିବାହ ଡିସେମ୍ବରରେ ପଙ୍ଖୁଡି ଶର୍ମାଙ୍କ ସହିତ ବିବାହ ହୋଇଥିଲା । ଏଲି ବିବାହ ଉତ୍ସବରେ ହାର୍ଦ୍ଦିକଙ୍କ ପରିବାର ସହିତ ଦେଖାଯାଇଥିଲେ । କିଛି ମାସ ପର୍ଯ୍ୟନ୍ତ ଜଣେ ଅନ୍ୟ ସହିତ ଡେଟିଂ କରିବା ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଛି ବୋଲି ଏକ ଖବରକାଗଜ ରିପୋର୍ଟରୁ ଣିବାକୁ ମିଳିଛି ।

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ! hartik and elli

ପଢନ୍ତୁ ;

ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା, ନାବାଳିକା ଝିଅ ଗୁରୁତର !

Related posts

ଲଭ ପ୍ରୋମିଜର ଅଡିଓ ରିଲିଜ !

ENO Beuro

ଦିଶା ପଟ୍ଟାନି : ଟାଇଗର୍‌ କେବଳ ମୋର

ENO Beuro

ବିପଦରେ ଜ୍ୟାକଲିନ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ଜ୍ୟାକଲିନଙ୍କ ହସିବା ଫଟୋ ସୋଶିଆଲ ମିଡିଆରେ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More