Loading...

ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ

ଗିରଫ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ

ନିଜର ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ସେ ହୋଇଛନ୍ତି ଗିରଫ ।ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରାଯାଇଛି ।

ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଥଟ୍ଟା ମଜା ପଡିଛି ମହଙ୍ଗା । ନିଜର ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ସେ ହୋଇଛନ୍ତି ଗିରଫ ।ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରାଯାଇଛି । ରଜତ କଲସନ ଯୁବରାଜଙ୍କ ନାମରେ ଏସ୍‌ସି ଏସ୍‌ଟି ମାମଲାରେ ଏଫ୍‌ଆଇଆର୍‌ କରିଥିଲେ । ତେବେ ହାଇକୋର୍ଟଙ୍କ ଆଦେଶ ଉପରେ ଯୁବରାଜଙ୍କୁ ଔପଚାରିକ ଜମାନତ ଦେଇ ଛଡ଼ାଯାଇଥିବା ଜଣାଯାଇଛି । ତେବେ ଅଭିଯୋଗକାରୀ ରଜତ କଲସନ କହିଛନ୍ତି ଯେ ଯୁବରାଜ ସିଂହଙ୍କୁ ହରିୟାଣା ପୋଲିସ ଗିରଫ ବେଳେ ଭିଆଇପି ଭାବେ ନେଇଥିଲା । ଏମିତିକି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ଖାଲି ସେତିକି ନୁହେଁ ଅଫିସର ମେସରେ ତାଙ୍କୁ ଜୁସ ଓ ସ୍ନାକ୍ସ ମଧ୍ୟ ଦିଆଯାଇଥିଲା ।

ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଯୁବରାଜଙ୍କୁ ଦେଇଥିବା ମଧ୍ୟବର୍ତ୍ତିକାଳୀନ ଜମାନତ ନେଇ ସୁପ୍ରିମକୋର୍ଟରେ ରଜତ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ରଜତ ଆହୁରି କହିଛନ୍ତି ଯେ ଭିଆଇପି ଓ ସେଲିବ୍ରେଟିମାନେ ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଲୋକଙ୍କୁ ଅପମାନ କରୁଛନ୍ତି । ତେଣୁ ଏମାନଙ୍କୁ ଜେଲ୍‌ ପଠାଇ ସମାଜକୁ ଏକ ଶକ୍ତ ସନ୍ଦେଶ ଦେବାକୁ ତାଙ୍କର ପୁର୍ଣ୍ଣ ପ୍ରଚେଷ୍ଟା ରହିବ ବୋଲି ରଜତ କହିଛନ୍ତି ।\

ପଢନ୍ତୁ: ଦୈନିକ ଇସ୍ରାଏଲ୍‌ ଉପରେ ପଡିପାରେ ୨୦୦୦ ରକେଟ୍‌

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.