EnewsOdia.Com

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ବଙ୍ଗଳାରେ ବୁଧବାର କ୍ରାଇମ୍ ବ୍ରାଞ୍ଚ୍ ଚଢାଉ କରିଛି । କ୍ରାଇମ୍ ବ୍ରାଞ୍ଚ୍ ସଲମାନଙ୍କ ଘରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଯେ ଗତ ୨୦ ବର୍ଷ ଧରି ତାଙ୍କ ବଙ୍ଗଳାର ଧ୍ୟାନ ରଖିଆସୁଛି । କ୍ରାଇମ୍ ବ୍ରାଞ୍ଚ୍ ହାତରେ ଧରା ପଡିଥିବା ବ୍ୟକ୍ତି ମୁମ୍ବାଇର ଜଣେ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀ ଅଟନ୍ତି ଏବଂ ପୋଲିସ୍ ଗତ ୨୯ ବର୍ଷ ଧରି ଏହି ଆସାମୀକୁ ଖୋଜୁଥିଲା ।

ସୂଚନାନୁସାରେ , ସଲମାନଙ୍କ ଗୋରାଇ ସ୍ଥିତ ବଙ୍ଗଳାରୁ ଶକ୍ତି ସିଦେ୍ଧଶ୍ୱର ରାଣା  ନାମକ ଜଣେ ଅପରାଧୀକୁ ଗିରଫ କରାଯାଇଛି । ୬୨ ବର୍ଷ ହେଲା ସଲମାନଙ୍କ ଗୋରାଇ ସ୍ଥିତ ବଙ୍ଗଳାର ଦାୟିତ୍ୱ ଏହି ବ୍ୟକ୍ତିଙ୍କ ଦାୟିତ୍ୱରେ ଥିଲା ବୋଲି ମୁମ୍ବାଇ ପୋଲିସ୍ କୁ ସୂଚନା ମିଳିଛି । କୁହାଯାଉଛି ଯେ ପୋଲିସ୍ କୁ ଦେଖି ରାଣା ବଙ୍ଗଳାରୁ ଦୌଡିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା । ପୋଲିସ୍ କହିବାନୁସାରେ , ରାଣା ଏବଂ ତାର କିଛି ବନ୍ଧୁଙ୍କୁ ପୋଲିସ୍ ୧୯୯୦ ରେ ଚୋରୀ ମାମଲାରେ ଗିରଫ କରିଥିଲା କିନ୍ତୁ ପରେ ଅଭିଯୁକ୍ତ ଜାମିନ୍ ରେ ଆସି କେଉଁଆଡେ ଚାଲିଯାଇଥିଲା ।

ପଢନ୍ତୁ: ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ

Ratnamani Maharana

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

Ratnamani Maharana

ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

Ratnamani Maharana

ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

Ratnamani Maharana

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana