News

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

କାବୁଲି ନାଁରେ ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଛି

ନୟାଗଡ଼ରେ ପୋଲିସର ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାନ୍‌ ଆହତ । କାବୁଲି ନାଁରେ ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଛି ।  ପୁଲିସ ସହ ଗୁଳି ବିନିମୟ ଯୋଗୁଁ ଡାହାଣ ଗୋଡ଼ରେ ବାଜିଛି ଗୁଳି । ନୟାଗଡ଼ ଟାଉନ୍‌ ଥାନା ପୋଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ୪ଟି ଜୀବନ୍ତ ଗୁଳି ଜବତ କରିଛି ।

ଗତକାଲି ବିଳମ୍ୱିତ ରାତିରେ ସୋଲାପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା । ଏ ସମ୍ପର୍କରେ ନୟାଗଡ଼ ଥାନା ପୋଲିସ୍‌ ଜାଣିପାରି ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା । ମାତ୍ର ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇ ଥିଲା । ଫଳରେ କାବୁଲିର ଡାହାଣ ଗୋଡ଼ରେ ବାଜିଛି ଗୁଳି।

ଚିକିତ୍ସା ପାଇଁ ପ୍ରଥମେ ତାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ସେଠାକାର ଡାକ୍ତରମାନେ ତାକୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରିଛନ୍ତି । ହାଇଦର ଗ୍ୟାଙ୍ଗ ସହିତ ତାଙ୍କର ଅପରାଧୀ ସମ୍ପର୍କ ଥିବା ଜିଲ୍ଲା ପୋଲିସ କହିଛି । ଚଳିତ ବର୍ଷ ନୟାଗଡ଼ ପୁଲିସର ଏହା ଚତୁର୍ଥ ଏନ୍‌କାଉଣ୍ଟର୍‌ ।

ପଢନ୍ତୁ ;

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

Related posts

ରାଜସ୍ଥାନରେ ଧୂଳି ଝଡର ତାଣ୍ଡବ, ୨୭ ମୃତ !

ENO Beuro

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

ENO Beuro

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More