News

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର ହୋଇଥିବା କୁମ୍ଭୀରକୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛାଡି ଦିଆଯାଇଛି । ଆଜି ବନବିଭାଗ କୁମ୍ଭୀରର ସ୍ୱାସ୍ଥ୍ୟବସ୍ଥା ଯାଂଚ କରି ଡିଏଫଓଙ୍କ ଉପସ୍ଥିତିରେ କୁମ୍ଭୀରକୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛାଡିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମୁନସା ଗାଁରୁ ଧରାପଡିଥିଲା ଏହି କୁମ୍ଭୀର ।

କୁମ୍ଭୀରଟି ୨୦୦ କେଜି ଓଜନର ହୋଇଥିବା ବେଳେ ଲମ୍ବ ୮ ଫୁଟ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଚିଂ କୁମ୍ଭୀରକୁ ଠାବ କରିଥିଲେ । ସତୀଗୁଡା ଡ୍ୟାମରୁ ଆସିଥିବା ଏହି କୁମ୍ଭୀରକୁ ପୁଣି ସତୀଗୁଡା ଡ୍ୟାମରେ ନ ଛାଡିବାକୁ ଜିଦ ଧରିଥିଲେ ଗ୍ରାମବାସୀ । ତେଣୁ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀରକୁ ଛାଡିବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟପଟେ ସତୀଗୁଡା ଜଳ ଭଣ୍ଡାରରେ କୁମ୍ଭୀର ଗଣନା ହେବ ବୋଲି କହିଛନ୍ତି ମାଲକାନଗିରି ଡିଏଫଓ ।

ସତିଗୁଡା ଜଳ ଭଣ୍ଡାର ନିକଟ ମୁନସା ଗାଁ ରେ ଗତକାଲି ବିଳମ୍ବିତ ରାତିରେ ପଶି ଆସିଥିଲା ଏକ ମସ୍ତବଡ଼ କୁମ୍ଭୀର । ଗାଁର ଦଶରଥ ମାଡକାମି ଘର ଅଗଣାରେ ହଠାତ ଏକ କୁମ୍ଭୀରକୁ ଦେଖି ଚମକି ଉଠି ଥିଲେ । ପରେ ଘର ଆଜବେଷ୍ଟ କାଢି ୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ରାତି ସାରା ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସକାଳୁ ଗ୍ରାମବାସୀ ଆସି ବହୁ କଷ୍ଟରେ କୁମ୍ଭୀରକୁ କାବୁ କରିଥିଲେ ।

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ   ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ପଢନ୍ତୁ, ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି

Related posts

ଜନଗଣନା-୨୦୨୧ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Krishna Kumar Manoj

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

Krishna Kumar Manoj

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More