February 17, 2019

ଭିତରକନିକାରେ କୁମ୍ଭୀରଙ୍କ ସ˚ଖ୍ୟା ବୃଦ୍ଧି, ଏ ବର୍ଷ ବଢିଛନ୍ତି ୪୪

crocodile

ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସ˚ଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ,ନାଳଗୁଡିକରେ ୧୬୯୮ଟି ବଉଳା କୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୪୨କୁ ବୃଦ୍ଧିପାଇଛି।

crocodile

ଅର୍ଥାତ୍‌ ଗତବର୍ଷଠାରୁ ୪୪ଟି କୁମ୍ଭୀର ଅଧିକ ଥିବା କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଏ ବର୍ଷ ଗଣନା ବେଳେ ଭିତରକନିକାରେ କନିକା ରେଞ୍ଜର ମହିଁଷାମୁଣ୍ତା ନିକଟରେ ବନବିଭାଗ ୨୧ ଫୁଟିଆ କୁମ୍ଭୀର ଠାବ କରିଛି। ଏଥିସହ ଶୁଆଯୋର ଓ ଅଜଗରପାଟିଆ, ଥାନପତି ନିକଟରେ ୨୦ ଫୁଟରୁ ଅଧିକ ୪ଟି କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ଭିତରକନିକା ଭିତରେ ଥିବା ନଦୀ, ନାଳଗୁଡିକରେ ଏ ବର୍ଷ ୧୬୩୬ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ୧୦୬ଟି କୁମ୍ଭୀର ଥିବା ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତମାସ ୯ରୁ ୧୪ ତାରିଖ ଯାଏ ୫ ଦିନ ଧରି ଭିତରକନିକାରେ ଏହି କୁମ୍ଭୀର ଗଣନା କରଯାଇଥିଲା।

ପଢନ୍ତୁ; ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୪୫ ବଖରା ଘର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More