Loading...

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଜାଲ ପକାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରୁଛି ବନବିଭାଗ

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଜାଲ ପକାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରୁଛି ବନବିଭାଗ

କେନାଲରେ କୁମ୍ଭୀର । ରାଜଧାନୀ ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

କେନାଲରେ କୁମ୍ଭୀର । ରାଜଧାନୀ ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଦେଖିବାକୁ କେନାଲ ହୁଡ଼ାରେ ଲୋକଙ୍କ ଭିଡ଼ ଜମିଛି। ସେପଟେ ଲୋକଙ୍କୁ ଘଉଡାଇବାକୁ ଘଟଣା ସ୍ଥଳରେ ପୋଲିସ ପହଁଚିଛି। ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି।  ପୂର୍ବରୁ ମଧ୍ୟ କେନାଲରେ ଦୁଇଟି କୁମ୍ଭୀର ଆସିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବିରାଟକାୟ କୁମ୍ଭୀର କେନାଲରେ ଥିବା ଯୋଗୁଁ କେନାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ଦାବି ହୋଇଛି।

କେନାଲରେ ଜାଲ ବିଛାଇ କୁମ୍ଭୀରକୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକ । କିନ୍ତୁ ୩ ଥର ଚକମା ଦେଲାଣି କୁମ୍ଭୀର । ଜାଲରେ ଧରାପଡିଲେ ବି ଖସି ଯାଉଛି । ଡିସେମ୍ବର ୨ ତାରିଖରେ ନନ୍ଦନକାନନ କର୍ତୃପକ୍ଷ ସାତକୋଶିଆ ନିକଟ ମହାନଦୀରେ ଏହି କମ୍ଭୀରକୁ ଛାଡିଥିଲେ । କୁମ୍ଭୀରର ଗତିବିଧି ତଥା ଏହାର ପ୍ରଜନନ ସମ୍ପର୍କରେ ଜାଣିବା ପାଇଁ ଏହା ଶରୀରରେ ସାଟେଲାଇଟ ଟ୍ରାନ୍ସମିଟର ମଧ୍ୟ ଲଗାଯାଇଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.