Loading...

‌‌କେଜିଏଫ୍‌ ପାଇଁ ରାତି ୨ଟାରୁ ସିନେମା ହଲରେ ଭିଡ଼

‌‌କେଜିଏଫ୍‌ ପାଇଁ ରାତି ୨ଟାରୁ ସିନେମା ହଲରେ ଭିଡ଼

ରାତି ପ୍ରାୟ ୨ଟା ହେବ। ପୂରା ରାଜଧାନୀ ଶୋଇ ସାରିଥାଏ। ସବୁଆଡ଼ ଶୂନ୍‌ଶାନ୍‌। ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଯାଉଥିବା ଟ୍ରକ୍‌ଗୁଡ଼ିକର ଖାଲି ଯାହା ସୋର୍‌ଶବ୍ଦ ଥିଲା। କିନ୍ତୁ ଠିକ୍‌ ଏତିକିବେଳେ ସିନେମା ହଲ୍‌ ‘ମହାରାଜା’ ଆଗ‌ରେ ଭିଡ଼ ଜମି ଯାଇଥିଲା।

ରାତି ପ୍ରାୟ ୨ଟା ହେବ। ପୂରା ରାଜଧାନୀ ଶୋଇ ସାରିଥାଏ। ସବୁଆଡ଼ ଶୂନ୍‌ଶାନ୍‌। ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଯାଉଥିବା ଟ୍ରକ୍‌ଗୁଡ଼ିକର ଖାଲି ଯାହା ସୋର୍‌ଶବ୍ଦ ଥିଲା। କିନ୍ତୁ ଠିକ୍‌ ଏତିକିବେଳେ ସିନେମା ହଲ୍‌ ‘ମହାରାଜା’ ଆଗ‌ରେ ଭିଡ଼ ଜମି ଯାଇଥିଲା। ରାତି ପ୍ରାୟ ସାଢ଼େ ୨ଟା ବେଳକୁ ପାଖାପାଖି ୨ଶହ ଲୋକ ଏକତ୍ରିତ ହୋଇଯାଇଥିଲା।ବିଳମ୍ବିତ ରାତିରେ କର୍ମକ୍ଷେତ୍ରରୁ ଫେରୁଥିବା ଲୋକ ଏହି ଭିଡ଼ ଦେଖି ଘଡ଼ିଏ ଅଟକି ଯାଉଥା’ନ୍ତି। ଦୁର୍ଘଟଣା ଘଟିଛି ବୋଲି ଭାବି ଫ୍ଲାଏଓଭର୍‌ ଉପରୁ ନିରିଖେଇ ଦେଖୁଥା’ନ୍ତି। ପ୍ରକୃତ କଥା ବୁଝୁବୁଝୁ ଜଣାପଡ଼ିଲା ଯେ ଲୋକେ ସିନେମା ଦେଖିବାକୁ ହଲ୍‌ ଆଗରେ ରୁଣ୍ଡ ହୋଇଛନ୍ତି। ବହୁପ୍ରତୀକ୍ଷିତ ସିନେମା ‘କେଜିଏଫ୍‌-୨’ ବୁଧବାର ରାତି ୨ଟା ୫୦‌ରେ ରିଲିଜ୍‌ ହୋଇଥିବା ବେଳେ ମହାରାଜା ହଲ୍‌ ଆଗରେ ଏମିତି ରାତିଅଧିଆ ଭିଡ଼ ଜମିଥିବା ଦେଖାଯାଇଥିଲା। ଏହି ସିନେମାର ପ୍ରଥମ ସୋ’ ରାତି ୨ଟା.୫୦ରୁ ହୋଇ ୫ଟାରେ ସରିଥିଲା। ରାଜଧାନୀ ଇତିହାସରେ ଏହା ଏକ ନୂଆ ଘଟଣା। ଆଗରୁ ଏପରି କେବେ ଦେଖିବାକୁ ମିଳିନଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.