Loading...

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ହେଲେ ସାଉଦିର ପ୍ରଧାମମନ୍ତ୍ରୀ

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ହେଲେ ସାଉଦିର ପ୍ରଧାମମନ୍ତ୍ରୀ

ସାଉଦି ଆରବର ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ସାଉଦି ଆରବର ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓରଫ ଏମବିଏସ ଆମେରିକା ସାମ୍ବାଦିକ ଜମାଲ କାସୋଗୀଙ୍କ ହତ୍ୟା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଥିଲା । ଏହାକୁ ନେଇ ତୈଳ ସମ୍ପଦରେ ପରି ପୂର୍ଣ୍ଣ ସାଉଦି ଆରବ ଛବି ପୁରା ବିଶ୍ୱରେ ମଳିନ ପଡିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ସଲମାନ ଛନ୍ଦି ହୋଇଥିଲେ । ଏହା ପରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୧୭ରେ ସେ କ୍ରାଉନ ପ୍ରିନ୍ସ ହେବା ପରେ ପ୍ରଥମେ ନିଜର ପ୍ରତିଦ୍ୱନ୍ଦୀମାନଙ୍କୁ ସାଇଡ କରିଥିଲେ । ଏଥି ସହିତ ଆର୍ଥିକ , ସାମାଜିକ ଓ ଧାର୍ମିକ ନୀତିରେ ଅନେକ ପରିବର୍ତ୍ତନ ଆଣିଥିଲେ । ଦେଶ ପାଇଁ ଅନେକ ଗଠନମୂଳକ ପଦକ୍ଷପ ନେଇଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.