News

ଏବେ ଚିଲିକାରେ ମିଳିବ ଗୋଆ ଓ ଆଣ୍ଡାମାନର ମଜା

Ch

ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଚିଲିକାରେ ଲୋକ ନେଇପାରିବେ ଗୋଆ ଓ ଆଣ୍ଡାମାନର ମଜା। ଏଭଳି କିଛି ପ୍ଲାନିଂ କରିଛି ପର୍ଯ୍ୟଟନ ବିଭାଗ।ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍ । ଏଥିସହ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ମଧ୍ୟ ନେଇ ପାରିବେ ଚିଲିକାକୁ ଆସୁଥିବା ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ ସହ ବେସରକାରୀ ସଂସ୍ଥାକୁ ଆକୃଷ୍ଟ କରିବା କାର୍ଯ୍ୟ କରିବ ପର୍ଯ୍ୟଟନ ବିଭାଗ।

ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍‌ମେଣ୍ଟ୍‌(ଆଇସିଜେଡ୍ଏମ୍‌ପି) ଦ୍ୱାରା ନିଯୁକ୍ତ କନ୍‌ସଲଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର ଓ ସାତପଡ଼ାରେ ୮୦ରୁ ୯୦ ଏକର ସରକାରୀ ଜମି ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ କରାଯିବ। ଆସନ୍ତା ବର୍ଷକ ମଧ୍ୟରେ ଭିତ୍ତିଭୂମି ପ୍ରସ୍ତୁତ କରି ମାଷ୍ଟର ପ୍ଲାନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ଆଶା ପ୍ରକଟ କରିଛନ୍ତି।
ପଢନ୍ତୁ: ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

Related posts

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ENO Beuro

ଗଞ୍ଜାମ ଜିଲ୍ଲାରେ ଭୁଶୁଡ଼ିକି ଧୂଳିସାତ ହେଲା ପୁରୁଣା ରାଧାକୃଷ୍ଣ ମନ୍ଦିର

ENO Beuro

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment