LIFESTYLE

ଆସନ୍ତୁ ଜାଣିବା କାନ୍ଦିବା ଦ୍ଵାରା ଶରୀରକୁ କି ଲାଭ ମିଳେ

କାନ୍ଦିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

ମଣିଷ ଜୀବନ ସୁଖ ଆଉ ଦୁଃଖରେ ଭରା। ଯେତେବେଳେ ମଣିଷ ଖୁବ୍‌ ଖୁସି ହୋଇଥାଏ ସେତେବେଳେ ତାର ଆଖରୁ ଆନନ୍ଦାଶ୍ରୁ ଝରିପଡ଼େ। ଅପରପକ୍ଷରେ ଯେତେବେଳେ ଭୀଷଣ ଦୁଃଖ ବା ଅବସାଦ ଭିତରେ ଥାଏ ସେତେବେଳେ ସେ କାନ୍ଦେ । ଏହା ଶରୀରପାଇଁ ଭଲ କି ଖରାପ ଜାଣିବାକୁ ଏକ ଗବେଷଣା କରାଯାଇଥିଲା।

ଅଲ୍ଜାଇମର୍‌ ରିସର୍ଜ ସେଣ୍ଟର ରିଜନ୍ସ ହସ୍ପିଟାଲ୍‌ ଫାଉଣ୍ଡେସନ୍‌ର ଡ଼ାଇରେକ୍ଟର ବିଲିୟମ୍‌ ଏଚ୍‌ ଫ୍ରି କହିଛନ୍ତି କାନ୍ଦିବା ଦ୍ୱାରା ବ୍ୟକ୍ତିର ଅବସାଦ କମିଥାଏ । ତେବେ ଏନେଇ ବିଲିୟମ୍‌ ଏଚ୍‌ ଫ୍ରି କେତେଜଣ ଲୋକଙ୍କୁ ଦୁଃଖ ଭରା ଫିଲ୍ମ ଦେଖାଇଥିଲେ।ଯେଉଁଥିରୁ କି ସେ ଏଇ ନିଷ୍ପତ୍ତିରେ ପହଞ୍ଚିଲେ କି ଆମେ କାନ୍ଦିବା ପରେ ଏହି କାରଣରୁ ଭଲ ଅନୁଭବ କରିଥାଉ,କାହିଁକିନା ଏହା ଆମର ଅବସାଦ ଦ୍ୱାରା ଉତ୍ପନ ହେଉଥିବା କେମିକାଲ୍‌ସକୁ ବାହାର କରିଦିଏ।ତେବେ ଆମକୁ ଏହା ଆଦୌ ହିଁ ଜଣାନଥାଏ କି ଏହି କେମିକାଲ୍‌ସ ଗୁଡ଼ିକ କ’ଣ ହୋଇଥାଏ?ତେବେ ଲୁହରେ ଏସିଟ୍‌ଏଚ୍‌ ରହିଥାଏ।ଯାହାକି ଅବସାଦ ମାଧ୍ୟମରେ ବଢ଼ିବାକୁ ଲାଗେ।

ଏହା ହୃଦୟ ଏବଂ ମସ୍ତିଷ୍କର କ୍ଷତି କରି ନଥାଏ । କେବେ କେବେ କାନ୍ଦିବା ଆମ ଲାଗି ଠିକ୍‌ ହୋଇଥାଏ। କାହିଁକିନା ଏହା ଦ୍ୱାରା ଅବସାଦ କମ୍‌ ହେବା ସହିତ ଏହା ଆମ ହୃଦୟ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ତେଣୁ ଆମେ ଆମର ଶିଶୁଙ୍କୁ କାନ୍ଦିବା ଠାରୁ ରୋକିବା ଆଦୌ ଉଚିତ୍‌ ନୁହେଁ। ବରଂ ଆମକୁ ଏନେଇ ଖୁସି ହେବା ଉଚିତ୍‌ ଯେ,ଆମ ପିଲା ମଧ୍ୟରେ ଏଭଳି କ୍ଷମତା ରହିଛି।

ପଢନ୍ତୁ;

ଚୀନରେ ୩୦୦ କୋଟି ଛୁଇଁଲା ଏହି ସିନେମା

Related posts

ଖରାଦିନେ ତ୍ଵଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ENO Beuro

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

ENO Beuro

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More