SPORTS

ଆଇପିଏଲ୍‌ ପ୍ରଥମ ମ୍ୟାଚର ପ୍ରାପ୍ୟ ପୁଲୱାମା ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ

ଆଗକୁ ଆଇପିଏଲ । ମାର୍ଚ୍ଚ ୨୩ ରୁ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ସୁପର କିଙ୍ଗ  ଆଇପିଏଲର ଦ୍ୱାଦଶ ସିଜନରେ ତା’ର ପ୍ରଥମ ଘରୋଇ ମ୍ୟାଚରୁ ହେବାକୁଥିବା ଆୟକୁ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍   ଯବାନଙ୍କ ପରିବାରକୁ ଦେବାକୁ ନିଷ୍ପତି ନେଇଛନ୍ତି। ସିଏସ୍‌କେ ନିର୍ଦେଶକ  ରାକେଶ ସିଂହ କହିଛନ୍ତି: ସିଏସକେର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ରାତି ୮ଟାରେ ଏମ୍ଏ ଚିଦାମ୍ବରମ  ଷ୍ଟାଡିୟମରେ ଖେଳାଯିବ।

ମାର୍ଚ୍ଚ ୨୩ ତାରିଖରେ ହେବାକୁ ଥିବା ମ୍ୟାଚ୍‌ ଲାଗି ଟିକିଟ୍‌ ବିକ୍ରିର ସମସ୍ତ ଟଙ୍କା ଫେବ୍ରୁଆରି ୧୪ ତାରିଖ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ପରିବାରକୁ ଦିଆଯିବ। ଭାରତୀୟ ଟେରିଟୋରିୟାଲ ଆର୍ମିରେ ଲେଫ୍ଟନାଣ୍ଟ କର୍ନେଲ ଥିବା ଧୋନି  ଚେକ୍ ପ୍ରଦାନ କରିବେ।
ପଢନ୍ତୁ: ୨୯ରେ ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ପ୍ରଥମ ଦିନିକିଆ: ଟିମ ଇଣ୍ଡିଆର ସହଜ ବିଜୟ

ENO Beuro

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

ENO Beuro

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ENO Beuro

Leave a Comment