SPORTS

ଆଇପିଏଲ୍‌ ୧୨: ସିଏସ୍‌କେ ୭ ୱିକେଟରେ ବିଜୟୀ

csk

ଚେନ୍ନାଇର ଚମତ୍କାର ଆରମ୍ଭ

ଆଇପିଏଲର ୧୨ ସଂସ୍କରଣ ଆରମ୍ଭ ହୋଇଛି। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲିଗ୍‌ର ଉଦ୍‌ଘାଟନୀ ମୁକାବିଲାରେ ଗତଥରର ଚାମ୍ପିୟନ ତଥା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୧୪ଟି ବଲ ବାକି ଥାଇ ୭ ଉଇକେଟରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦେଇଥିବା ୭୧ରନ୍ ସହଜ ବିଜୟ ଲକ୍ଷ୍ୟକୁ ୩ ଓ୍ଵିକେଟ ବିନିମୟରେ ହାତରେ ୧୪ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଅମ୍ବାତି ରାୟଡୁ ସର୍ବାଧିକ ୨୮, ସୁରେଶ ରୈନା ୧୯ ରନ୍ କରିଥିବା ବେଳେ କେଦାର ଯାଦବ ଅପରାଜିତ ୧୩ ଓ ରବୀନ୍ଦ୍ର ଜାଡେଜା ୬ ରନ୍ କରିଥିଲେ।

ପାର୍ଥିବ ପଟେଲ ସର୍ବାଧିକ ୨୯ ରନର ପାଳି ଖେଳିଥିଲେ। ଦଳ ୧୭.୧ ଓଭରେ ୭୦ ରନରେ ଅଲଆଉଟ୍ ହୋଇଥିଲା। ଅଧିନାୟକ କୋହଲି ୬ ରନ କରିଥିଲେ। ମୋଇନ ଅଲ୍ଲୀ ୯, ଷ୍ଟାର ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ୯, ଆଇପିଏଲରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ସିମରନ ହେଟମାୟର ୦, କୋଲିନ ଡି ଗ୍ରାଣ୍ଡହୋମ ୪ ରନ କରିଥିଲେ।

ଚେନ୍ନାଇ ପକ୍ଷରୁ ଇମ୍ରାନ ତାହିର ୯ ରନ ଦେଇ ୩, ହରଭଜନ ସିଂହ ୨୦ ରନ ଦେଇ ୩ଟି ସଫଳତା ପାଇଥିଲେ। ରବିନ୍ଦ୍ର ଜାଡ଼େଜା ୨ ଓ ଡ୍ଵେନ ବ୍ରାଭୋ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ପଢନ୍ତୁ; ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

Related posts

ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ହୃଦଘାତରେ ପରଲୋକ

ENO Beuro

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ରେକର୍ଡ

ENO Beuro

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ENO Beuro

Leave a Comment