News

ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

ctc

ନଭେମ୍ବର ୨୩ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା ।  ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ। ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

ctc

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ,ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ପାଖାପାଖି ୯୮୨ଟି ଷ୍ଟଲ୍ ପଡ଼ିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେହେତୁ ଏହା ପ୍ରଥମ ପ୍ରସ୍ତୁତି ବୈଠକ ତେଣୁ ନୂଆ ଷ୍ଟଲ ପଡ଼ିବା ନେଇ ଆଗାମୀ ବୈଠକରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ବାଲିଯାତ୍ରାରେ ଷ୍ଟଲ ଖୋଲୁଥିବା ବ୍ୟବସାୟୀଙ୍କୁ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ଜମି ଆବଣ୍ଟନ କରାଯିବ।

ସୂଚନାଯୋଗ୍ୟ,ଗତ ବର୍ଷ ଅସ୍ଥାୟୀ ଭୂମି କର ବାବଦକୁ ବର୍ଗଫୁଟ ପ୍ରତି ୨୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା କିନ୍ତୁ ଚଳିତ ବର୍ଷ ଏହା କେତେ ଟଙ୍କା ରଖାଯିବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ।

ପଢନ୍ତୁ; ଖୁବଶୀଘ୍ର ମଲାଇକାକୁ ବିବାହ କରିବେ ଏହି ବଲିଉଡ ଅଭିନେତା

Related posts

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

ENO Beuro

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ENO Beuro

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

Leave a Comment