EnewsOdia.Com

ଓଡ଼ିଶାରେ ଲୁଚିଛିକି ନାବାଳିକା ଅପହରଣକାରୀ ଧବଳ ତ୍ରିବେଦୀ

ସାବଧାନ। ରସିକିଆ ଇଂଲିସ ସାର ଖୁବ ଖତରନାକ। ଏ ଇଂଲିଶ ସାର ଧବଳ ତ୍ରିବେଦୀ। ଯାହାଙ୍କୁ ସିବିଆଇ ଖୋଜୁଛିସାରା ଦେଶରେ ଆଲର୍ଟ ଲାଗିଛି।  ଧବଳ ସାର ଓଡିଶାର କୌଣସି ଗାଁରେ  ଲୁଚି ଚାକିରି କରୁଛନ୍ତି କିମ୍ବା ପାଠ ପଢାଉଥିବା ଆଶଙ୍କା କରୁଛି ସିବିଆଇ। ଧବଳ ସାରଙ୍କ କଳାକାର୍ନାମାର ଫର୍ଦ୍ଦ ଖୁବ ଲମ୍ବା। ପାଠପଢ଼ା ବାହାନାରେ ଉଠାଇନେଉଛି ଛାତ୍ରୀଙ୍କୁ । ବିଭିନ୍ନ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଲାଙ୍ଗୁଏଜ ଟିଚର ହୋଇ ଛୋଟ ଝିଅଙ୍କୁ ଫସେଇ ଫେରାର ହେଇଯାଉଛନ୍ତି । ଏଯାଏଁ ପାଖାପାଖି ୬ଟି ରାଜ୍ୟରେ ସ୍କୁଲ ଝିଅଙ୍କୁ ଧରି ଚମ୍ପଟ ମାରିଥିବା ଧବଳ ତ୍ରିବେଦୀଙ୍କୁ ଖୋଜୁଛି ସିବିଆଇ। ସିବିଆଇ ଏନେଇ ଓଡିଶା ସରକାରଙ୍କୁ ବି ସତର୍କ କରାଇଦେଇଛି।

ଧବଳ ଓଡ଼ିଶାରେ ମଧ୍ୟ ଏପରି ଅପରାଧିକ କାମ କରିପାରନ୍ତି। ସେଥିପ୍ରତି ସତର୍କ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି  ଶକ୍ଷକ ଯଦି ରାଜ୍ୟରେ ଥାଆନ୍ତି ତେବେ  ତାଙ୍କ ବିରୋଧରେ ତୁରନ୍ତ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଯିଏ ଅଭିଯୁକ୍ତ ସମ୍ବନ୍ଧରେ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବ। ଏଥିସହିତ ତାଙ୍କୁ ପୁରସ୍କୃତ ମଧ୍ୟ କରାଯିବ ବୋଲି ସିବିଆଇ ମୁମ୍ବାଇର ସ୍ୱତନ୍ତ୍ର ଅପରାଧ ଶାଖା ଘୋଷଣା କରିଛି।

ପଢନ୍ତୁ: କମିପାରେ ସୁନା ଦର

ସମ୍ବନ୍ଧିତ ଖବର

ଗୋରାଛୁଆ କେମିତି ହେବ… ଜାଣନ୍ତୁ ଗୋରା ଛୁଆ ପାଇବାର ୬ ଟି ଟିପ୍ସ

Ratnamani Maharana

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana

ଆମେରିକାକୁ ସୁଲେମାନୀଙ୍କ ଝିଅର ଧମକ

Ratnamani Maharana

କରୋନା ମୁକାବିଲା ପାଇଁ ମହାବାରୁଣୀ ସ୍ନାନକୁ ବନ୍ଦ କରିଲା ଯାଜପୁର ଜିଲ୍ଲା ପ୍ରଶାସନ

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana

ଉହାନରେ ଫସିଥିବା ୧୨୦ ଭାରତୀୟ ନାଗରିକଙ୍କୁ ଆଣିବ ବାୟୁସେନାର ସି-୧୭ ବିମାନ

Ratnamani Maharana