Loading...

କଳାକୁ ସମ୍ମାନ: ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କଲା ସଂସ୍କୃତି ବିଭାଗ

କଳାକୁ ସମ୍ମାନ: ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କଲା ସଂସ୍କୃତି ବିଭାଗ

୨୦୧୯ ରେ ରାଜ୍ୟଚ୍ଚଳଚିତ୍ର ପୁରସ୍କାରରେ ଅନିୟମିତତା ପାଇଁ ହାଇକୋର୍ଟରେ ଏକ ମାମଲା ଋଜୁହୋଇଥିଲା। ଏଥିପାଇଁ ହାଇକୋର୍ଟ ଚଳଚ୍ଚିତ୍ର ପୁରସ୍କାର ଉପରେ ୩ ବର୍ଷର ରୋକ ଲଗାଇଥିଲେ। ବର୍ତ୍ତମାନ ଏହି ମାମଲାର ଶୁଣାଣି ପରେ ସଂସ୍କୃତି ବିଭାଗ ତତ୍ପରତା ପ୍ରକାଶ ପାଇଛି।

ଗତ ୩ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିଜ୍ଞପ୍ତି ଘୋଷଣା କଲା ସଂସ୍କୃତି ବିଭାଗ। ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଏହି ଦରଖାସ୍ତ ଆହ୍ବାନ କରିଛି ସଂସ୍କୃତି ବିଭାଗ। ଆ‌ଗ୍ରହୀ ପ୍ରଯୋଜକମାନେ ‌ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସେମାନଙ୍କ ଦ୍ବାରା ପ୍ରଯୋଜିତ ମୌଳିକ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ଏଣ୍ଟ୍ରି ଫର୍ମ ଓ ମନୋନୟନ ପତ୍ର ପୂରଣ କରି ସଂସ୍କୃତି ବିଭାଗର ୱେବସାଇଟ୍‌ରେ ଦର୍ଶାଯାଇଥିବା କାଗଜପତ୍ର ସହ ଆବେଦନ କରିବେ। ୱେବ୍‌ସାଇଟ୍‌ରେ ଦର୍ଶାଯାଇଥିବା ଆବଶ୍ୟକୀୟ କାଗଜପତ୍ର ତଥା ଚଳଚ୍ଚିତ୍ରର ସଫ୍ଟ କପି ଥିବା ପେନ୍‌ଡ୍ରାଇଭ୍‌ ଆଦି ସହ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପୋଷ୍ଟ, ସ୍ପିଡ୍‌ ପୋଷ୍ଟ ଓ ରେଜିଷ୍ଟରେଡ୍‌ ପାର୍ସଲ ମାଧ୍ୟମରେ ଦାଖଲ କରିପାରିବେ।

ସୂଚନାନୁସାରେ, ୨୦୧୯ ରେ ରାଜ୍ୟଚ୍ଚଳଚିତ୍ର ପୁରସ୍କାରରେ ଅନିୟମିତତା ପାଇଁ ହାଇକୋର୍ଟରେ ଏକ ମାମଲା ଋଜୁହୋଇଥିଲା। ଏଥିପାଇଁ ହାଇକୋର୍ଟ ଚଳଚ୍ଚିତ୍ର ପୁରସ୍କାର ଉପରେ ୩ ବର୍ଷର ରୋକ ଲଗାଇଥିଲେ। ବର୍ତ୍ତମାନ ଏହି ମାମଲାର ଶୁଣାଣି ପରେ ସଂସ୍କୃତି ବିଭାଗ ତତ୍ପରତା ପ୍ରକାଶ ପାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.