LIFESTYLE

ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ ଘରୋଇ ଉପଚାର କିପରି କରିବେ ଜାଣନ୍ତୁ

ମୁଣ୍ଡ ବିନ୍ଧା ଏକ ସାଧାରଣ ରୋଗ । ବିଭିର୍ଣ୍ଣ କାରଣ ଦ୍ଵାରା ମୁଣ୍ଡ ବିନ୍ଧିଥାଏ । ଏହାଦ୍ଵାରା କୌଣସି କାମରେ ମନ ଲାଗେ ନାହି । କାର୍ଜ୍ୟବ୍ୟସ୍ତତା ଯୋଗୁଁ ଆମେ ମୁଣ୍ଡ ବିନ୍ଧାର ତୁରନ୍ତ ହିଁ ଔଷଧ ଖାଇଥାଏ । ତେବେ ବିନା ଔଷଧରେ ଏବଂ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ତେବେ ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ କିପରି କରିବେ ଘରୋଇ ଉପଚାର ଜାଣନ୍ତୁ ସେ ସଂପର୍କିତ କିଛି ତଥ୍ୟ।

ମେଡିଟେସନ ଉପଚାର:

ଅନେକ ସମୟରେ କାମ ଚିନ୍ତାରେ ମୁଣ୍ଡ ବିନ୍ଧା ହୁଏ, ମାନସିକ ସ୍ତରରେ ଅଧିକ ଚିନ୍ତିତ ରହିଲେ ମଧ୍ୟ ମୁଣ୍ଡ ବିନ୍ଧା ହୁଏ। ତେବେ ଏଥିପାଇଁ ପ୍ରଥମେ ମସ୍ତିଷ୍କକୁ ଥଣ୍ଡା ରଖିବା ଜରୁରୀ ।  ଥଣ୍ଡା ମସ୍ତିଷ୍କ ପାଇଁ ମେଡିଟେସନ କରିବା ଆବଶ୍ୟକ। ପ୍ରତିଦିନ ସକାଳୁ କିଛି ସମୟ ମେଡିଟେସନ କରନ୍ତୁ । ଯାହା ଆପଣଙ୍କୁ ମାନସିକ ସ୍ତରରେ ଥଣ୍ଡା ରଖିବା ସହ ମୁଣ୍ଡ ବିନ୍ଧା ସମସ୍ୟା ସହଜେ କମିବ।

ଯୋଗ:

ଯଦି ଆପଣଙ୍କ ସାଇନୋସାଇଟ୍ ସମସ୍ୟା ପାଇଁ ମୁଣ୍ଡବିନ୍ଧା ହେଉଥାଏ, ତେବେ ଯୋଗ ମାଧ୍ୟମରେ ନିଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡ଼ିବା ପ୍ରକ୍ରିୟା ଆପଣାନ୍ତୁ। ଏହାଦ୍ୱାରା ସାଇନସ ସମସ୍ୟା କମିବା ସହ ମୁଣ୍ଡ ବିନ୍ଧା ମଧ୍ୟ ହେବ ନାହିଁ।

ମସାଜ ଥେରାପି:

ପ୍ରତିଦିନ ମୁଣ୍ଡରେ କିଛି ସମୟ ଆଙ୍ଗୁଠି ସାହାଯ୍ୟରେ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୁଏ ଏବଂ ମୁଣ୍ଡ ବିନ୍ଧା ମଧ୍ୟ କମେ।

ପିପରମେଣ୍ଟ ଯୁକ୍ତ ତେଲ:

ପିପରମେଣ୍ଟ ବହୁ ପରିମାଣର ଆଣ୍ଟି ଇନ୍‌ଫ୍ଲାମାଟୋରୀ ରହିଛି। ଯାହା ବିନ୍ଧା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ରଣା କମିଯାଏ । ତେବେ ଥଣ୍ଡାରୁ ମୁଣ୍ଡ ବିନ୍ଧୁଥିଲେ ଯନ୍ତ୍ରଣା କମାଇବା ପାଇଁ ପିପରମେଣ୍ଟ ଯୁକ୍ତ ତେଲ ବ୍ୟବହାର କରନ୍ତୁ।

ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ ଘରୋଇ ଉପଚାର କିପରି କରିବେ ଜାଣନ୍ତୁ   ମୁଣ୍ଡ ବିନ୍ଧିଲେ ପେନ୍‌କିଲର ବଦଳରେ ଘରୋଇ ଉପଚାର କିପରି କରିବେ ଜାଣନ୍ତୁ

ପଢନ୍ତୁ, ଅନଲାଇନ ରେଳ ଟିକେଟର ସର୍ଭିସ ଚାର୍ଜ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଛାଡ

Related posts

ଦଉଡ଼ି ଡିଆଁ ଖେଳି, ସରଳ ଏବଂ ଅଧିକ ଲାଭ ଯୁକ୍ତ ବ୍ୟାୟାମର ଫାଇଦା ଉଠାନ୍ତୁ

ENO Beuro

ମୁହଁର ବ୍ରଣ ଓ କଳାଦାଗ ପାଇଁ ଚିନ୍ତିତ କି ? ଟୁଥ୍‌ପେଷ୍ଟ୍‍ର ଏହି ସବୁ ଉପାୟ ଆପଣାନ୍ତୁ

ENO Beuro

ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More