26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

କଣ ଆପଣଙ୍କୁ ନକଲି ନୋଟ୍‌ ଚିହ୍ନିବାରେ ଅସୁବିଧା ହେଉଛି? ଆପଣ ଭାବୁଥିବେ କିଛି ଲୋକଙ୍କୁ ତ ଅତି ସହଜରେ ନକଲି ନୋଟ ଚିହ୍ନିବାରେ କୌଣସି ଅସୁବିଧା ହୁଏ ନାହିଁ। ଏମିତି ଏଥିପାଇଁ ହୋଇଥାଏ କାରଣ ସେମାନଙ୍କ ପାଖରେ ରିଜର୍ଭ ବ୍ୟାଙ୍କ୍‌ ଜାରି କରିଥିବା ନକଲି ନୋଟକୁ ଚିହ୍ନିବାର ତରିକା ଜଣାଅଛି। କିନ୍ତୁ ଅଧିକାଂଶ ଲୋକ ଏହି ତରିକା ବିଷୟରେ ଅଜଣା ଅଛନ୍ତି। ଆପଣ ଭାବୁଥିବେ ଏହା ଜାଣିବା ବହୁତ କଷ୍ଟକର ହୋଇଥିବ କିନ୍ତୁ ଏକ ଏମିତି ଜରିଆ ରହିଛି ଯାହା ଆପଣଙ୍କର ଏହି କାମକୁ ବିଲକୁଲ ସହଜ କରିଦେବ।

rbi governer

ଆପଣ ଆରବିଆଇର ‘ମୋବାଇଲ୍‌ ଏଡେଡ୍‌ ନୋଟ ଆଇଡେଣ୍ଟିଫାୟାର’ ମନି ଆପ୍‌ ଜରିଆରେ କୌଣସି ବି ନୋଟକୁ ଚିହ୍ନିପାରିବେ। ଏହି ଆପ ଟଙ୍କାର କୌଣସି ବି ଅଂଶକୁ ଚିହ୍ନି ପାରିବ। ଆରବିଆଇ ଏହି ଆପକୁ ଖାସ୍‌ କରି ଦ୍ରୁଷ୍ଟିହୀନ ଲୋକଙ୍କ ପାଇଁ ବନାଇଛି। ଯାହାଫଳରେ ଏହି ଆପ୍‌ ଜରିଆରେ ଦ୍ରୁଷ୍ଟିହୀନମାନେ ବହୁତ ସହଜରେ ଅଡିଓ ମାଧ୍ୟମରେ ଜାଣିପାରିବେ ଯେ ସେମାନଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି।

ଏବେ ଆସନ୍ତୁ ଜାଣିବା ଆପଣ ଏହି ମନି ଆପକୁ ଡାଉନଲୋଡ୍‌ କେମିତି କରିବେ

-ଏହି ଆପକୁ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ପ୍ଲାଟଫର୍ମରେ ବିନା ମୂଲ୍ୟରେ ଡାଉନଲୋଡ୍‌ କରିପାରିବେ।

-ଏହାପରେ ଗୁଗଲ ପ୍ଲେ ଷ୍ଟୋରରେ ଏମଏଏନଆଇ ଟାଇପ୍‌ କରନ୍ତୁ।

-ଏହାପରେ ଡାଉନଲୋଡ୍‌ ବଟନ୍‌ ଉପରେ କ୍ଲିକ କରନ୍ତୁ।

-ଡାନଲୋଡ ପରେ ଏହା ଆପଣଙ୍କ ଫୋନରେ ଇନଷ୍ଟଲ ହୋଇଯିବ।

ଏହି ଆପ୍‌ ଜରିଆରେ ଫୋନର କ୍ୟାମେରାରେ ନୋଟ ଉପରେ ସ୍କାନ କରିବାକୁ ହୋଇଥାଏ। ସ୍କାନ କରିବା ପରେ ଅଡିଓ ଇନପୁଟ୍‌ ମାଧ୍ୟମରେ ଆପ୍‌ ଜଣାଇଥାଏ ଯେ ଆପଣ ସ୍କାନ କରୁଥିବା ନୋଟ୍‌ କେତେ ଟଙ୍କାର ଅଟେ ଏବଂ ଏହା ଅସଲି ନା ନକଲି। ଏହି ଅଡିଓ ଆପ୍‌ ଉଭୟ ହିନ୍ଦି ଏବଂ ଇଂଲିସରେ ଅଡିଓ ଇନପୁଟ୍‌ କରିଥାଏ।ଅଧିକାଂଶ ସମୟରେ ଏମିତି ହୋଇଥାଏ ଯେ ଆମକୁ କେହି ନକଲି ନୋଟକୁ ଧରାଇ ଚାଲିଯାଆନ୍ତି ଏବଂ ଆମେ ତାକୁ ଚିହ୍ନିପାରନ୍ତିନାହିଁ। ଏମିତିରେ ଯଦି ଆପଣ ଏହି ଆପକୁ ମୋବାଇଲରେ ରଖିବେ ତେବେ ବଡ ସହଜରେ ହିଁ ଆପଣ ଟଙ୍କାକୁ ବିନା କୌଣସି ସମସ୍ୟାରେ ଜାଣିପାରବେ। ସବୁଠାରୁ ଖାସ୍‌ କଥା ହେଉଛି ଏହି ମନି ଆପକୁ ଆପଣ ଅଫଲାଇନ ମଧ୍ୟ ଚଲାଇପାରିବେ।

ପଢନ୍ତୁ: କୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Related posts

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

Ratnamani Maharana

କରୋନା କଟକଣା ସହ ଖୋଲିଲା ନବମ ଶ୍ରେଣୀ କ୍ଲାସ୍‌

Ratnamani Maharana

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More