News

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼

Monkey 768x432

ମାଙ୍କଡ଼ଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ । ଦରଦୀ ମଣିଷର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ବଣୁଆ ମାଙ୍କଡ଼ ।ବଣୁଆ ମାଙ୍କଡ଼ଙ୍କ ପ୍ରେମରେ ଗୋପର ତିନିତିଅର ଗାଁର କୃପାସିନ୍ଧୁ । ଖରା ହେଉ କି ବର୍ଷା କୃପାସିନ୍ଧୁଙ୍କ ପାଖକୁ ଧାଇଁଆସନ୍ତି ମାଙ୍କଡ଼ । ଆଜିକାର ସ୍ୱାର୍ଥପର ସମାଜରେ ମଣିଷ ଓ ମାଙ୍କଡ଼ଙ୍କ ଅନାବିଳ ବନ୍ଧୁତା ଦେଖି ଯେକେହି ଆଶ୍ଚର୍ଯ୍ୟ ହେବ ।

 

ମାଙ୍କଡ଼ ଓ କୃପାସିନ୍ଧୁଙ୍କ  ବନ୍ଧୁତା ଏବେକାର ନୁହେଁ,ପ୍ରାୟ ୨୫ ବର୍ଷ ପୂର୍ବରୁ ସୃଷ୍ଟି ହୋଇଛି ଏହି ନୀବିଡ଼ ସମ୍ପର୍କ ।ବଣୁଆ ମାଙ୍କଡକୁ  ସମସ୍ତେ ଡରନ୍ତି । ବଣୁଆ ମାଙ୍କଡଙ୍କ ଆକ୍ରମଣରେ କେତେବେଳେ ଲୋକେ ଆହତ ହେଉଛନ୍ତି ତ ଆଉ କେତେବେଳେ  ମାଙ୍କଡ ଚାଷୀର ଫସଲ ନଷ୍ଟ କରୁଛନ୍ତି ।  କିନ୍ତୁ ମାଙ୍କଡଙ୍କ ସହ ବନ୍ଧୁତା କରି ସମସ୍ତଙ୍କ ନଜରକୁ ଆସିଛନ୍ତି ପୁରୀ ଗୋପ ବ୍ଲକ ବେଦପୁର ପଂଚାୟତ ତିନିତିଅର ଗାଁର କୃପାସିନ୍ଧୁ ।  କୃପାସିନ୍ଧୁ ଓ ତାଙ୍କ ପରିବାର ଲୋକେ ପ୍ରତ୍ୟେକ ଦିନ ଶହେରୁ ଅଧିକ ମାଙ୍କଡଙ୍କୁ ଖାଇବାକୁ ଦେଇଥାନ୍ତି ।ପ୍ରତିଦିନ ସକାଳ ୬ଟାରେ ଓ ଅପରାହ୍ନ ୪ଟା ଆଉ କେବେ କେବେ ଖରାବେଳେ କୃପାସିନ୍ଧିଙ୍କ ଆନ୍ତରିକତା ଯୋଗୁଁ ଟାଣି ହୋଇ ଆସନ୍ତି ବଣୁଆ ମାଙ୍କଡ଼ମାନେ ।

Screen Shot 2019 08 21 At 1.11.40 Pm 768x560

କୃପାସିନ୍ଧୁ ପେଶାରେ ସେ ଜଣେ ଫେରିବାଲା । ଗାଁକୁ ଗାଁ ବୁଲି ଅଚାର ପାମ୍ବଡ଼ ବିକି ପେଟ ପାଳୁଥିବା କୃପାସିନ୍ଧୁଙ୍କ ନିଶା କିନ୍ତୁ ମାଙ୍କଡ଼ ସେବା । କୃପାସିନ୍ଧୁ କହନ୍ତି,ମାଙ୍କଡ଼ କେବେ କାହାର କିଛି କ୍ଷତି କରନ୍ତି ନାହିଁ । ପଶୁଜନ୍ତୁଙ୍କୁ ଭଲପାଇବା ଦେଲେ ସେମାନେ ଆପେ ଆପେ ଆପଣାର ହୋଇଯିବେ ।

ସଂଜ୍ଞାହୀନ ଅନାବିଳ ଭଲପାଇବା ହିଁ ବନ୍ଧୁତା । କେବଳ ଟିକିଏ ଆନ୍ତରିକତା ଓ ବିଶ୍ୱାସ ଲୋଡା । ବନ୍ଧୁତାରେ କେବେ କୌଣସି ପ୍ରକାର ବୈଶମ୍ୟତା ଦେଖେନାହିଁ । କେବଳ ଯେ ମାଙ୍କଡ଼ ତା’ନୁହେଁ ଅନ୍ୟ ସମସ୍ତ ପଶୁପକ୍ଷୀକୁ ମଧ୍ୟ ଭାରି ଭଲପାଆନ୍ତି କୃପାସିନ୍ଧୁ । ତାଙ୍କର ଏହି ଅଭ୍ୟାସ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Screen Shot 2019 08 21 At 1.11.55 Pm 768x558

ପଢନ୍ତୁ: କଟକ-ଭୁବନେଶ୍ୱରର ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ

Related posts

ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

Ratnamani Moharana

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ENO Beuro

ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଫେରିବ କାଳିଆ ଟଙ୍କା

Ratnamani Moharana