EnewsOdia.Com

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

କଟକରେ ଐତିହାସିକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।  ଆସନ୍ତା ମାସ ୧୨ ତାରିଖରୁ ଏହି ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏଥିପାଇଁ ଗତ ତିନିଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କୁ ପ୍ଲଟ୍‍ ଆବଣ୍ଟନ କରାଯାଉଛି। ରବିବାର ମଧ୍ୟାହ୍ନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପ୍ଲଟ୍‍ ଆବଣ୍ଟନ ବାବଦରେ ପ୍ରାୟ ୨୧ଲକ୍ଷ ଟଙ୍କା ଆଦାୟ କରାଯାଇଛି। ସେହିପରି ବାଲିଯାତ୍ରାକୁ ମାନ୍ୟତା ଦାବି ନେଇ କଟକର ପ୍ରଗତିଶୀଳ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି। କମିଟିର ସଭାପତି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ମୁଖ୍ୟ ଆକର୍ଷଣ ‘ମୋ କଟକ ବାଲିଯାତ୍ରା ରିକ୍ସା’

ଏଥର ବାଲିଯାତ୍ରା ବେଳେ କଟକର ରିକ୍ସାଚାଳକମାନଙ୍କ ସେବାକୁ ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏମାନେ କଟକର ଯେକୌଣସି ସ୍ଥାନରୁ ଲୋକଙ୍କୁ ବାଲିଯାତ୍ରା ପଡିଆକୁ ଆଣିବେ। ଏସବୁ ରିକ୍ସାକୁ ଏଥର ମୋ କଟକ ବାଲିଯାତ୍ରା ରିକ୍ସା ଭାବେ ନାମିତ କରାଯାଇଛି।

ପଢନ୍ତୁ: ଦୀପାବଳି ପାଳିବାକୁ ଦିଲ୍ଲୀରୁ ଲୁଚି ଗାଁକୁ ଚାଲିଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ସମ୍ବନ୍ଧିତ ଖବର

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Ratnamani Maharana

ଆଜିଠୁ ପାଞ୍ଚଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ଲୋକସେବା ଭବନ ଉଦ୍ୟାନ

Ratnamani Maharana

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

Ratnamani Maharana

ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

Ratnamani Maharana