EnewsOdia.Com

ଜାତୀୟ ଷ୍ଟ୍ରିଟ୍‌ଫୁଡ଼୍‌ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ କଟକ ଦହିବରା

ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଦେଶ‌ର ୨୯ଟି ରାଜ୍ୟରୁ ପ୍ରାୟ ୨୫୦ରୁ ଅଧିକ ଷ୍ଟ୍ରିଟ୍‌ଫୁଡ୍‌ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି  କଟକ ଦହିବରା। ବାବୁଲାଙ୍କ ଦହିବରା ଶ୍ରେଷ୍ଠ ଷ୍ଟ୍ରିଟ୍‌ଫୁଡ୍‌ ବ୍ୟବସାୟୀ ଭାବେ ଜାତୀୟସ୍ତରରେ ମାନ୍ୟତା ପାଇଛି। କଟକ ଦହିବରା ପ୍ରଣାଳୀକୁ ତାଙ୍କଠାରୁ ଶିଖିବା ପାଇଁ ଏବେ ବାହାର ରାଜ୍ୟରୁ ମଧ୍ୟ ବାବୁଲାଙ୍କୁ ନିମନ୍ତ୍ରଣ ଆସୁଛି। ପ୍ରତିଯୋଗିତା ‌ଜିତିବା ପରେ ମଧ୍ୟ ବହୁ ଜାଗାରୁ ଏହି ଦହିବରା ପ୍ରଣାଳୀ ଶିଖିବା ପାଇଁ ଖବର ଆସୁଛି।

ବାବୁଲା ୩୦ବର୍ଷ ହେବ ଦହିବରା ଆଳୁଦମ କଟକର ସେଲ୍ଟର ଛକରେ ବିକ୍ରି କରି ଆସୁଛନ୍ତି। ୧୪ ବର୍ଷ ବୟସରୁ ସେ ଏହି କାମ କରିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ୧ ହଜାରରୁ ୨ ହଜାର ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତି କରୁଥିବା ବେଳେ ବେପାର ହାରାହାରି ୮ ହଜାର ଟଙ୍କା ହୋଇଥାଏ। ୨୦୦୪ ମସିହାରେ କଟକଠାରେ ଆୟୋଜିତ ଅଭିନବ ଦହିବରା ଆଳୁଦମ୍‌ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନରେ ରହିଥିଲେ। ଇଣ୍ଟରନେଟ୍‌ରୁ ଦହିବରାର ଚାହିଦା ଦେଖି ଏହି ପ୍ରତିଯୋଗିତାରେ ଭାଗ‌ ନେବା ପାଇଁ ଦିଲ୍ଲୀରୁ ଗଲା ଅକ୍ଟୋବର ମାସରେ ଖବର ଆସିଥିଲା।  କଟକିଆଙ୍କ ପସନ୍ଦ ଏହି ଦହିବରା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସ୍ତୁତ କରି ଲୋକଙ୍କୁ ଖୁଆଇ ପାରିଛି ସେଥିଲାଗି ବହୁତ ଗର୍ବ ଅନୁଭବ କରୁଛି ବୋଲି ବାବୁଲା କହିଛନ୍ତି।

ପଢନ୍ତୁ: ଡିଗ୍ରି ଇଂଜିନିୟର ବଡ଼ଦାଣ୍ଡର ଭିକାରି

ସମ୍ବନ୍ଧିତ ଖବର

ଆମେରିକାକୁ ସୁଲେମାନୀଙ୍କ ଝିଅର ଧମକ

Ratnamani Maharana

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana

କରୋନା ମୁକାବିଲା ପାଇଁ ମହାବାରୁଣୀ ସ୍ନାନକୁ ବନ୍ଦ କରିଲା ଯାଜପୁର ଜିଲ୍ଲା ପ୍ରଶାସନ

Ratnamani Maharana

ଓଡ଼ିଶାରେ ଲୁଚିଛିକି ନାବାଳିକା ଅପହରଣକାରୀ ଧବଳ ତ୍ରିବେଦୀ

Ratnamani Maharana

ଉହାନରେ ଫସିଥିବା ୧୨୦ ଭାରତୀୟ ନାଗରିକଙ୍କୁ ଆଣିବ ବାୟୁସେନାର ସି-୧୭ ବିମାନ

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana