Featured

ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକରେ ଐତିହାସିକ ବାଲିଯାତ୍ରା । ସବୁବର୍ଷ ପରି ଏବର୍ଷ ମଧ୍ୟ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଉଦ୍ଘାଟିତ ହେବାକୁ ଯାଉଛି କଟକ ପ୍ରସିଦ୍ଧ ବାଲିଯାତ୍ରା । ଏଥିପାଇଁ ସମସ୍ତ ପସ୍ତୁତି ସରିଯାଇଛି । ରଙ୍ଗୀନ ଆଲୋକମାଳାରେ ମୁଖ୍ୟ ତୋରଣ ଝଲସୁଥିବା ବେଳେ ମୀନା ବଜାରରେ ଲାଗି ସାରିଲାଣି ଦୋଳି । ପଡିଆରେ ବିଭିନ୍ନ ଫୁଡ୍ ଷ୍ଟଲ ବି ପ୍ରସ୍ତୁତ ହୋଇଗଲେଣି । ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଏହି ସମୟରେ କଟକ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ।

ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା ଆଦି ସ୍ଥାନକୁ ବେପାର ବଣିଜ୍ୟ କରିବାକୁ ଯାଉଥିଲେ । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ, କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା ।  ତାଙ୍କରି  ସ୍ମୃତିରେ କଟକ, ପାରାଦ୍ଵୀପ ସମେତ ଅନେକ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଉପକୂଳ ଅଞ୍ଚଳକୁ ନଜର ରଖି କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆ କା ମା ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି ।

ଚଳିତବର୍ଷ ୪୪ ଏକର ଜମିରେ ୧୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି।  ଏନ୍‌ଜିଟିର କଟକଣାକୁ କଡାକଡି ପାଳନ କରିବା ସହ ନଦୀର ୫୦ ମିଟର ଦୂରରେ ଷ୍ଟଲ ଖୋଲାଯାଇଛି। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଓ ଖାଦ୍ୟ ପଦାର୍ଥ ମଧ୍ୟ ଏଠାରେ ଦେଖିବାକୁ ମିଳିବ । ସେପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗଣକବି ବୈଷ୍ଣବପାଣି ମଞ୍ଚ ମଧ୍ୟ ସଜେଇ ହେଉଛି।

ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ୫୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ପଡିଆରେ ପ୍ରତିଦିନ ଦୁଇଥର ସଫେଇ ସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲାଗିଛି । ଏହାସହ ସ୍ପେଶାଲ ଟାକଟିକାଲ ୟୁନିଟ ମଧ୍ୟ  ରହିବେ। ଅନ୍ୟପଟେ ବେଆଇନ ପାର୍କିଂ ଦ୍ୱାରା ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ପଡିଆରେ ପ୍ରତିଦିନ ଦୁଇଥର ସଫେଇ ସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲାଗିଛି ।

ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା   ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

ପଢନ୍ତୁ, ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

Related posts

ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା , ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଦରମା?

ENO Beuro

ଜୀବନରେ ସଫଳତା ହାସଲ କରିବାକୁ ଚାହୁଛନ୍ତି କି? ଆପଣାନ୍ତୁ କେତୋଟି ଉପାୟ

ENO Beuro

କଣ ଆପଣ ବି ନଡିଆ ପସନ୍ଦ କରନ୍ତି କି ଜାଣନ୍ତୁ ନଡ଼ିଆ ଖାଇବା ଦ୍ଵାରା ଶିତ ଦିନେ କଣ ଲାଭ ମିଳିଥାଏ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More