SPORTS

ବିଶ୍ବକପ୍‌ରୁ ବାଦ୍‌ ପଡିଲେ ମହମ୍ମଦ ସେହ୍‌ଜାଦ୍‌

Ss

ଏଥର ବିଶ୍ଵକପରୁ ବାଦ ପଡିଲେ  ଆଫଗାନିସ୍ତାନର ଓପନର୍‌ ମହମ୍ମଦ ସେହ୍‌ଜାଦ୍‌ । ସେହ୍‌ଜାଦ୍‌ ବିଶ୍ବକପ୍‌​ ପ‌ୂର୍ବରୁ ପାକିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କୁ ଏଥିରୁ ବାଦ ଦିଆଯାଇଛି। ସେହ୍‌ଜାଦ୍‌ଙ୍କୁ ବିଶ୍ରାମ ଆବଶ୍ୟକ ଓ ସେ ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ଡାକ୍ତର ମତ ଦେବା ପରେ ତାଙ୍କୁ ବିଶ୍ବକପ୍‌ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଇକ୍ରାମ୍‌ ଅଲ୍ଲିଙ୍କୁ  ଆଫଗାନିସ୍ତାନ ଦଳରେ ସାମିଲ କରାଯାଇଛି।

ବିଶ୍ବକପ୍‌​‌ରେ ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। ତେବେ ୨ଟିଯାକ ମ୍ୟାଚ୍‌ରେ ସେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିବା ପରେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ବଢ଼ି ଯାଇଥିଲା। ୨୦୧୫ ବିଶ୍ବକପ୍‌ ପରଠାରୁ ସେହ୍‌ଜାଦ୍‌ ୫୫ଟି ମ୍ୟାଚ୍‌  ଖେଳି ୧୮୪୩ ରନ୍‌ ସଂଗ୍ରହ କରିଛନ୍ତି।
ପଢନ୍ତୁ: ମାହିଙ୍କ ଗ୍ଲୋଭ୍‌ସରୁ ହଟାଯିବ ବଳିଦାନ ବ୍ୟାଜ

Related posts

ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ

ENO Beuro

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

ENO Beuro

ଭାରତ ଏସିଆ କପ୍‍ ଚମ୍ପିଅନ, ବାଂଲାଦେଶକୁ ୩ୱିକେଟରେ ହରାଇଲା

ENO Beuro

Leave a Comment