ସାଇବର ଠକର ଶିକାର ହେଲେ ଓଡିଶାର ଆଗଧାଡିର ଗାୟକ ମଣ୍ଟୁ ଛୁରିଆ। ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ଅଭିଯୁକ୍ତ । ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ଗାଉଥିଲା ଓ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା ।
ସାଇବର ଠକର ଶିକାର ହେଲେ ଓଡିଶାର ଆଗଧାଡିର ଗାୟକ ମଣ୍ଟୁ ଛୁରିଆ। ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ଅଭିଯୁକ୍ତ । ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ଗାଉଥିଲା ଓ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା । ଫଳରେ ବିଭିନ୍ନ ସମୟରେ ମଣ୍ଟୁଙ୍କ ବିଭିନ୍ନ ପ୍ରୋଗ୍ରାମରେ ଲୋକମାନେ ଏହି କଥା କହୁଥିଲେ, ଯାହାକୁ ଶୁଣିବା ପରେ ମଣ୍ଟୁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଘଟଣାଟି ସେତେବେଳେ ସାମନାକୁ ଆସିଲା ଯେତେବେଳେ ଅଭିଯୁକ୍ତ ମଣ୍ଟୁଙ୍କ ବଡ଼ ଭାଇଙ୍କ ମୋବାଇଲ ନମ୍ବରକୁ ହ୍ୟାକ୍ କରି ଯୁବତୀଙ୍କ ସହ କଥା ହେଉଥିଲେ। ତେଣୁ ଯେପରି ଅଭିଯୁକ୍ତ ଭବିଷ୍ୟତରେ କିଛି ବଡ ପଦକ୍ଷେପ ନନେଉ ସେଥିପାଇଁ ମନ୍ଟୁ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଦେବଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।