ଆନ୍ଧ୍ର ମୁହାଁ ବାତ୍ୟା, ଓଡିଶାରେ ସାମାନ୍ୟ ବର୍ଷା

cyclone

ଅବପାତରେ ପରିଣତ ହେଲା ଲଘୁଚାପ

ବାତ୍ୟା ଦାନା ବାନ୍ଧୁଛି। କିନ୍ତୁ ଓଡିଶାକୁ ଆସିବନି। ଦକ୍ଷିଣ ଆନ୍ଧ୍ର ଆଡକୁ ପଳାଇବ। ଓଡିଶାରେ ସିଧାସଳଖ ପ୍ରଭାବ ପଡିବନି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୂପାନ୍ତରୀତ ହେବାର ସମ୍ଭାବନା ରହିଛି। ଗୁରୁବାର ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇଛି। ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଉପକୂଳରୁ ୧୦୭୦ କି.ମି. ଏବଂ ଦକ୍ଷିଣ-ଦକ୍ଷିଣ ପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟ୍ଟନମ୍‌ ଠାରୁ ୧୨୫୦ କି.ମି. ଦୂରରେ ଝଡ଼ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ବଳଶାଳୀ ହୋଇ ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହାର ବେଗ ଘଣ୍ଟା ପ୍ରତି ୧୧ କିଲୋମିଟର ରହିଛି।

cyclone

ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ, ତା‌ମିଲନାଡ଼ୁ ସମେତ ଓଡ଼ିଶା, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ପଶ୍ଚିମବଙ୍ଗ ଓ ପଣ୍ଡିଚେରିରେ ପଡିପାରେ। ୧୬ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

ପଢନ୍ତୁ;  ହକି ବିଶ୍ୱକପ: ବିଦାୟ ନେଲା ଭାରତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More