EnewsOdia.Com

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

ଉଜାଡ଼ି ଦେଇଗଲା ବୁଲ୍‌ବୁଲ୍‌ । ବାତ୍ୟା ବୁଲବୁଲ୍‌ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କଲାନି ସତ କିନ୍ତୁ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇ ଯାଇଛି ।କେନ୍ଦ୍ରାପଡ଼ା, ଜଗସିଂହପୁର, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୪୦ ପ୍ରତିଶତ ଧାନ ଫସଲ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଛି ।ଆଉ କିଛି ଦିନ ପରେ ଫସଲ ଅମଳ କରିବାକୁ ଆଶା ରଖିଥିବା ଚାଷୀ ଏବେ ନିଜର କ୍ଷେତକୁ ଦେଖି ଆଖିରୁ ଲୁହ ଝରାଉଛି ।କେବଳ ଧାନ ନୁହେଁ, ପନିପରିବା ଫସଲ ମଧ୍ୟ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ।କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ରାଜକନିକାରେ ମଧ୍ୟ ଅନୁରୂପ ସ୍ଥିତି । ୧୫ ଦିନ ପରେ ଚାଷୀ ଫସଲ ଅମଳ କରିଥାନ୍ତା । ଏବେ ସବୁ ଅଗାଡ଼ି ହୋଇଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ।

ଭଦ୍ରକ ଜିଲ୍ଲାର ୭ଟି ବ୍ଲକ୍‌ର ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ଜିଯାଜପୁର, ଜଗତସିଂହପୁରରେ ମଧ୍ୟ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏ ଦୃଶ୍ୟ ହେଉଛି ଯାଜପୁର ଖାଇରାବାଦ ପଞ୍ଚାୟତର ।

ଏକର ଏକର ଜମିରେ ଧାନ ଫସଲ ଶୋଇଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ଆକଳନରୁ ୧୦ ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡ଼ି ଯାଇଥିବା ଜଣାପଡ଼ିଛି ।

ପଢନ୍ତୁ: ପରଲୋକରେ ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌

ସମ୍ବନ୍ଧିତ ଖବର

ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

Ratnamani Maharana

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ପୁରୀ ଜିଲ୍ଲା କାରାଗାରରେ ଫୋନ୍ କଲ୍ ପିଛା ୧୦୦ ଟଙ୍କା

Ratnamani Maharana

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana