EnewsOdia.Com

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୁଲବୁଲ। ପାଣିପାଗ ବିଭାଗର ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ‘ବୁଲ୍‌ବୁଲ୍‌’ ଅତିକ୍ରମ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳବିଶେଷରେ ୧୩୫ କିମି ହୋଇପାରେ ।ବାତ୍ୟା ‘ବୁଲବୁଲ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କଲେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ହେବ ।

‘ବର୍ତ୍ତମାନ ଉପକୂଳ ଓଡ଼ିଶାରେ  ପବନର ବେଗ ଘଣ୍ଟାପ୍ରତି ୩୫ କି.ମି. ରୁ ୪୫ କି.ମି. ମଧ୍ୟରେ ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ କାଳି ସକାଳେ ପବନର ବେଗ ୫୫ ରୁ ୭୫ କି.ମି. ମଧ୍ୟରେ ରହିପାରେ। ତେବେ କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ମଧ୍ୟରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କି.ମି.ରୁ ୯୦ କି.ମି. ମଧ୍ୟରେ ରହିପାରେ। ଏହା (ପବନର ବେଗ) କେବଳ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବୃଦ୍ଧି ପାଇପାରେ’ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।

ପଢନ୍ତୁ: ୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

ସମ୍ବନ୍ଧିତ ଖବର

ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସର ମହାଖୁଲାସା

Ratnamani Maharana

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana

ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

Ratnamani Maharana

ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ

Ratnamani Maharana