EnewsOdia.Com

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

ସାମୁଦ୍ରିକ ବାତ୍ୟା ‘ବୁଲୁବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି। ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।ଜଗତ୍‌ସିଂହପୁର ଜିଲାର ପାରାଦୀପରେ ସକାଳୁ ଅସରା ଅସରା ବର୍ଷା ସହିତ ସାମାନ୍ୟ ପବନ ବହିବା ଆରମ୍ଭ କରିଛି। ଏହାବ୍ୟତୀତ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ପ୍ରାନ୍ତରେ ଆକାଶ ମେଘାଚ୍ଛନ ରହିଛି।

ସେପଟେ, ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିଲେ ବି ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ଓଡିଶା ଉପକୂଳ ଦେଇ ଗତି କରୁଥିବାରୁ , ଉପକୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫର ଦୁଇଟି ଟିମ୍ ଏବଂ ସହାୟତା କରିବା ପାଇଁ ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଛ କଟା ମେସିନ୍ ମଧ୍ୟ ସଜାଗ ରଖାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ସେହିପରି ୯ ତାରିଖ ଦିନ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ. ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ୯ଟି ଜିଲ୍ଲାରେ ସ୍କୁଲ ବନ୍ଦ୍ ରଖିବାକୁ ନିଷ୍ପତି ନିଆଯାଇଛି ।

ପଢନ୍ତୁ: ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

ସମ୍ବନ୍ଧିତ ଖବର

ଦୀପାବଳିରେ ନାହିଁ ବର୍ଷା ଭୟ

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

Ratnamani Maharana

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Ratnamani Maharana

ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

Ratnamani Maharana