News

ଆସୁଛି ପ୍ରଳୟଙ୍କରୀ ବାତ୍ୟା ‘ଫନି’: ବଢୁଛି ଆଶଙ୍କା ଓ ଭୟ

ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ ।  ପୁରୀଠାରୁ ୪୫୦ କିଲୋମିଟର  ଦୂରରେ ରହିଛି । ଘଣ୍ଟାକୁ ୭ କିଲୋମିଟର  ବେଗରେ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ‘ଫନି’ ଶୁକ୍ରବାର ଅପରାହ୍ନରେ ପୁରୀ ପାଖାପାଖି ସ୍ଥଳଭାଗରେ ଅତିକ୍ରମ କରିବ। ଏହି ସମୟରେ ପବନ ୧୭୦ରୁ ୧୮୦  ବେଗରେ ବହିବା ସହ ସ୍ଥଳ ବିଶେଷରେ ୨୦୦କିମି ପବନର ବେଗ ରହିବ। ‘ଫନି’ର ପ୍ରକୋପ ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲାରେ ବେଶୀ ରହିବ। ତେବେ ଗୁରୁବାର ଠାରୁ ବର୍ଷା ଆରମ୍ଭ ହୋଇଯିବ। ଶୁକ୍ରବାର ଠାରୁ ପବନ ସହ ବର୍ଷା ହେବ।

‘ଫନି’ ତିତଲି  ଠାରୁ ବଡ କିନ୍ତୁ ଫାଇଲିନ  ଠାରୁ ଛୋଟ ଧରଣର ବାତ୍ୟା ଅଟେ। ଏହାସହ ‘ଫନି’ ୧୯୯୯ ମହାବାତ୍ୟା ଠାରୁ ଯଥେଷ୍ଟ ଛୋଟ ରହିବ ବୋଲି କହିଛନ୍ତି। ହୁଡହୁଡ ଭଳି ଫନିର ପ୍ରଭାବ ସମାନ ରହିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଭାଗର କର୍ମକର୍ତ୍ତା। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ  କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ।

ପଢନ୍ତୁ: ବାତ୍ୟା ‘ଫନି’ ପାଇଁ ଓଡିଶାକୁ ୩୪୧ କୋଟି ସହାୟତା ଦେଲା କେନ୍ଦ୍ର

Related posts

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ENO Beuro

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Ratnamani Moharana

Leave a Comment