News

ପୁରୀରେ ଧସେଇ ପଶିବ ବାତ୍ୟା ‘ଫନି’

ମାଡି ଆସୁଛି ପ୍ରଳୟଙ୍କରୀ ବାତ୍ୟା ‘ଫନି ‘। ପୂର୍ବାନୁମାନ ଠାରୁବି ଭୟଙ୍କର ରୂପ ନେଇ ଆସୁଛି। ସାମ୍ଭାବ୍ୟ ଗତିପଥ କହୁଛି, ସିଧା ଆସି ମାଡ ହେବ ଓଡିଶାରେ । ଆସନ୍ତା ୩ ତାରିଖ ରାତିରୁ ୪ ତାରିଖ ସକଳ ଭିତରେ ଓଡିଶାରେ ପଶିବ। ‘ତିତଲି’ ଅପେକ୍ଷା ‘ଫନି’ର ପ୍ରଭାବ ବେଶୀ ରହିବ ବୋଲି ଏଚ୍.ଆର୍.ବିଶ୍ବାସ   କହିଛନ୍ତି।  ଓଡିଶା, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ଲକ୍ଷାଦୀପ ଓ ଆଣ୍ଡାମାନ ନିକୋବର ଏବଂ କେରଳକୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର

ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଭୀଷଣ ରୂପ ଧାରଣ କରିଛି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ  ଦିଗରେ ଗତି କରୁଛି। ତେବେ ଏହା ଓଡ଼ିଶା ଉପକୂଳର କେଉଁ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ‘ଫୋନି’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରେ, ତେବେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୦ କିମି  ଛୁଇଁବାର ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅତି ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ୨ ତାରିଖରୁ ବର୍ଷା ହେବ।
ପଢନ୍ତୁ: ମୋଦିଙ୍କ ବିରୋଧରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର

Related posts

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro

ପାକିସ୍ତାନର ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’ ଲଗାଇବେ ଭାରତୀୟ ଭୋଟର: ନରେନ୍ଦ୍ର ମୋଦି

Ratnamani Moharana

ଅଗଷ୍ଟ ପହିଲାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ENO Beuro

Leave a Comment