News

ଏପ୍ରିଲ ୩୦ରେ ସ୍ଥଳଭାଗ ଛୁଇଁବ ‘ଫନି’ : ଓଡ଼ିଶାକୁ ମିଳିବ ଖରାରୁ ଆଶ୍ଵସ୍ତି

ସାରା ଓଡ଼ିଶା ପ୍ରବଳ ଖରାରେ ଜଳୁଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର  ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଏବେ ଶ୍ରୀଲଙ୍କାର ଦକ୍ଷିଣରେ ୱେଲମାର୍କ  ସ୍ଥିତିରେ ଥିବାବେଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଏହି ବଳୟ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଜଣାପଡ଼ିଛି ଏବଂ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଦେଇ ସମାନ୍ତରାଳ ଭାବରେ ଗତି କରିବ।  ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟାର ପ୍ରଭାବ ଓଡ଼ିଶା  ଉପରେ ପଡ଼ିବନି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ  କହିଛନ୍ତି ‌େଯ, ଲଘୁଚାପ ଏବେ ସୁଦ୍ଧା ବାତ୍ୟାର ରୂପ ନେଇନି। ଏହା ବାତ୍ୟାର ରୂପ ନେଲେ ଏପ୍ରିଲ ୨୯ରୁ ୩୦ତାରିଖ ଭିତରେ ତାମିଲନାଡୁ ଉପକୂଳରେ ବର୍ଷା ହେବ। କିନ୍ତୁ ଆନ୍ଧ୍ରପ‌େଦଶ  ଉପକୂଳ ଛୁଇଁଲେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ମେ ୪ତାରିଖରେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ।

ପଢନ୍ତୁ: କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

Related posts

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର , ଯାତ୍ରୀ ସୁରକ୍ଷିତ

ENO Beuro

ବର୍ଷିଆନ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

Ratnamani Moharana

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

ENO Beuro

Leave a Comment