ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ୍ ଆକଳନ କରିଛନ୍ତି।
ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ୍ ଆକଳନ କରିଛନ୍ତି। ମଡେଲ୍ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ। ତେବେ ସମ୍ଭାବ୍ୟ ବାତ୍ୟା ନେଇ ୱିଣ୍ଡିର ମଡେ଼ଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ୍ ଦେଇନାହାନ୍ତି।
ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ, ତାହା କେଉଁ ଆଡ଼କୁ ଗତି କରିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲ୍ରୁ ଜଣାପଡ଼ୁଛି ଯେ ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୮ ତାରିଖ ରାତି ଓ ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ। ଠିକ୍ ସେହି ସମୟରେ, ଘୂର୍ଣ୍ଣବଳୟର ଦକ୍ଷିଣରେ ବିଷୁବରେଖା ତଳେ(ଦକ୍ଷିଣରେ) ଆଉ ଏକ ସିଷ୍ଟମ ସୃଷ୍ଟି ହେତୁ ପ୍ରାରମ୍ଭିକ ତିନି ଦିନ ଅର୍ଥାତ୍ ୯ ତାରିଖ ପର୍ଯ୍ୟନ୍ତ ସିଷ୍ଟମ ଶକ୍ତିଶାଳୀ ହେବାରେ ବିଳମ୍ବ ହୋଇପାରେ। ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଅଧିକ କହିହେବ। ଏଣୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ମୌସୁମୀ ପୂର୍ବ ସମୟରେ ବାତ୍ୟାର ଠିକ୍ ଆକଳନ ଏତେ ପୂର୍ବରୁ କରିବା ସମ୍ଭବ ନୁହେଁ ବୋଲି ଡ. ପଶୁପାଳକ କହିଛନ୍ତି।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ମଡେଲଗୁଡ଼ିକରୁ ଦେଖିବାକୁ ମିଳୁଛି। କେତେ ଘନୀଭୂତ ହେବ, ସେନେଇ ଏବେ କିଛି କହି ହେବନାହିଁ। ୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଅବପାତ ଓ ଗଭୀର ଅବପାତ ରୂପ ନେଇପାରେ। ବାତ୍ୟା ହେବ କି ନାହିଁ, ବାତ୍ୟାର ଗତି କୁଆଡ଼େ ରହିବ, ଏବେଠାରୁ ଆକଳନ କରିବା ଠିକ୍ ହେବନି। ସିଷ୍ଟମ ଡିପ୍ ଡିପ୍ରେସନ୍ ହେବା ପରେ ସ୍ପଷ୍ଟ ଜଣାପଡ଼ିବ। ୮/୯ ତାରିଖ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ କିଛି ବି କହି ହେବନି। ଆସନ୍ତା ୭ ତାରିଖଠାରୁ ଓଡ଼ିଶାର ତାପମାତ୍ରା ବଢ଼ିବ। କାଳବୈଶାଖୀ ସମ୍ଭାବନା କମ୍ ଓ ଆକାଶ ମେଘମୁକ୍ତ ରହିବ। ତେଣୁ ଆସନ୍ତା ୫ ତାରିଖ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ୭ ତାରିଖ ପରେ ତାପମାତ୍ରା ୪୨ ଡିଗ୍ରି ଡେଇଁବାର ସମ୍ଭାବନା ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।