Loading...

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ତାମିଲନାଡ଼ୁର ଚେନ୍ନାଇ ଓ ମଚ୍ଛଲିପଟନମ୍‌ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା। ପବନର ବେଗ ଅତିବେଶିରେ ୯୦ କିମି ହେବାକୁ ଥିବାରୁ ଅଧିକ କ୍ଷତିଗ୍ରସ୍ତ କରିବ ନାହିଁ।

୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ତାମିଲନାଡ଼ୁର ଚେନ୍ନାଇ ଓ ମଚ୍ଛଲିପଟନମ୍‌ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା। ପବନର ବେଗ ଅତିବେଶିରେ ୯୦ କିମି ହେବାକୁ ଥିବାରୁ ଅଧିକ କ୍ଷତିଗ୍ରସ୍ତ କରିବ ନାହିଁ। ମାତ୍ର ବର୍ଷା ଅଧିକ ହେବ ଓ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ଉପୁଜିପାରେ। ଏହା ଧୀରେ ଧୀରେ ଆଗକୁ ବଢ଼ିବାକୁ ଥିବାରୁ ୪ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ବାକି ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। 

ସୂଚନାନୁସାରେ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି। ଆଜି ରାତି ୧୧ଟା ସୁଦ୍ଧା ଚେନ୍ନାଇଠାରୁ ୬୮୦ ଓ ମଚ୍ଛଲିପଟନମ୍‌ଠାରୁ ୮୫୦ କିମି ‌ଦୂରରେ କେନ୍ଦ୍ରୀଭୂତ ହୋଇଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଡିସେମ୍ବର ୨ ତାରିଖରେ ଗଭୀର ଅବପାତରେ ପରିଣତ ହେବା ସହ ୩ ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୩ ତାରିଖଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ମାତ୍ର ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ୭ରୁ ୧୧ସେମି ବର୍ଷା ହୋଇପାରେ। ୫ ଓ ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ବାକି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୪ ତାରିଖ ସନ୍ଧ୍ୟାରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁର ଉପକୂଳରେ ଜିଲ୍ଲାରେ ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ହୋଇପାରେ। ସ୍ଥଳ ‌ବିଶେଷରେ ପବନର ବେଗ ୫୫ କିମି ‌ଛୁଇଁପାରେ। ଧୀରେ ଧୀରେ ପବନର ବେଗ ବଢ଼ିବା ସହ ୫ ତାରିଖ ସନ୍ଧ୍ୟାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ଏବଂ ସ୍ଥଳ ବିଶେଷରେ ୬୦ କିମି ହୋଇପାରେ। ୫ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ଏବଂ ସ୍ଥଳ ବିଶେଷରେ ୫୦ କିମି ବେଗରେ ପବନ ହୋଇପାରେ। ୩ ତାରିଖଠାରୁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.