EnewsOdia.Com

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

ଆରବ ସାଗରରେ ଏକାଥରକେ ସୃଷ୍ଟି ହୋଇଥିବା ଦୁଇଟି ବାତ୍ୟା ‘କ୍ୟାର୍‌’ ଏବଂ ‘ମହା’ ସମସ୍ତଙ୍କୁ ବିସ୍ମିତ କରିଛି। ଉପଗ୍ରହ ଛବିରେ ମଧ୍ୟ ଦୁଇଟି ବାତ୍ୟାକୁ ଦେଖିବାକୁ ମିଳିଛି। ଉପଗ୍ରହ ଛବିରେ ଦୁଇଟି ବାତ୍ୟା ଏକାସାଂଗରେ ଦୃଶ୍ୟମାନ ହେବା ଏକ ବିରଳ ବିସ୍ମୟ ବୋଲି କୁହାଯାଉଛି। କ୍ୟାର୍‌ କ୍ରମଶଃ ଘନୀଭୂତ ହେବାରେ ଲାଗିଥିବାବେଳେ ‘ମହା’ ଏବେ ଭୀଷଣ ବାତ୍ୟାରେ ପରିଣତ ହେବାରେ ଲାଗିଛି। ‘ମହା’ ଘଣ୍ଟା ପ୍ରତି ୧୭ କିମି ବେଗରେ ଉତ୍ତର- ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି ଏବଂ ୬ ତାରିଖ ଦିନ ଏହା ଗୁଜରାଟ ତଟରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି।

ବାତ୍ୟା ‘ମହା’ ଭୟଙ୍କର ରୂପ ନେଇସାରିଛି ଏବଂ ଏହାର ପ୍ରଭାବରେ ଲକ୍ଷାଦ୍ବୀପରେ ପ୍ରବଳ ବର୍ଷା ଲାଗି ରହିଛି । ମହା ଏବେ ଲକ୍ଷାଦ୍ବୀପ ଉପରେ ରହିଛି ଏବଂ ଏଠାରୁ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି।ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ  କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଏହାପରେ ଏହା ଦକ୍ଷିଣ ଗୁଜରାଟ ଉପକୂଳ ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

 

‘ମହା’ ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୬୦-୭୦କି.ମି.ରୁ ଅଧିକ ରହିପାରେ।ତେଣୁ ତଟବର୍ତ୍ତୀ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥର ମୌସୁମୀରେ ଗୁଜରାଟ ଏବଂ ପୂର୍ବ ଉପକୂଳରେ ୩ଟି ବାତ୍ୟା ମାଡ଼ ହେବା ଅଭାବନୀୟ ଘଟଣା ହୋଇଥିବାବେଳେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ବ୍ୟାପକ ଫସଲହାନି ହୋଇଛି।।

ପଢନ୍ତୁ: କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

ସମ୍ବନ୍ଧିତ ଖବର

ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

Ratnamani Maharana

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

Ratnamani Maharana

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

Ratnamani Maharana