EnewsOdia.Com

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

ଆରବ ସାଗର ଉପରେ ଥିବା ପ୍ରଳୟଙ୍କରୀ ବାତ୍ୟା ମହା ଆଜି ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଏହା ୭ ତାରିଖ ସୁଦ୍ଧା ଗୁଜରାଟ୍‌ ଉପକୂଳରେ ଲ୍ୟାଣ୍ଡଫଲ କରିବ। ତେବେ ଲ୍ୟାଣ୍ଡଫଲ ବେଳେ ଏହା ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଥିବ। ଲ୍ୟାଣ୍ଡଫଲ ବେଳେ ଏହା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ରହିଥିବ।

ତଥାପି ଏହାର ପ୍ରଭାବରେ ଗୁଜରାଟ ସମେତ ମହାରାଷ୍ଟ୍ର ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବ ବୋଳି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ବିଭାଗ ପକ୍ଷରୁ କୁହାଯାଇଛି ଯେ ୭ ତାରିଖ ଭୋର ବେଳକୁ ମହା ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଏହି ସମୟରେ ପବନରେ ବେଗ ୧୨୦ରୁ ୧୪୦ କିମି ରହିବ। ସେହିପରି ବର୍ଷାର ପରିମାଣ ମଧ୍ୟ ଅଧିକ ରହିବାର ଆଶଙ୍କା ରହିଛି।

ଦେବଭୂମି-ଦ୍ୱାରିକା ଓ ଡ୍ୟୁ ମଧ୍ୟରେ ଏହା ସ୍ଥଳ ଭାବ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ମହା ଆସନ୍ତାକାଲି ଦିଗ ପରିବର୍ତ୍ତନ କରି ଗୁଜରାଟ ଉପକୂଳ ଆଡ଼େ ମୁହାଁଇବ। ତେବେ ଗୁଜରାଟ ଉପକୂଳକୁ ଏହା ଆସିବା କ୍ଷଣି ଧୀରେଧୀରେ ଦୁର୍ବଳ ହୋଇଯିବ। ଏହାର ପ୍ରଭାବରେ ୬ ତାରିଖରୁ ହିଁ ଗୁଜରାଟ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ।
ପଢନ୍ତୁ: ୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

ସମ୍ବନ୍ଧିତ ଖବର

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍

Ratnamani Maharana

ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ ‘ମୌସୁମୀ’

Ratnamani Maharana

ଏକାଦଶ ପରୀକ୍ଷା ପାସ୍‌ କଲେ ଦ୍ୱାଦଶ ଶ୍ରେଣୀକୁ ଯିବେ ଛାତ୍ରଛାତ୍ରୀ

Ratnamani Maharana

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Ratnamani Maharana