Loading...

ମେ ୧୦ ତାରିଖରେ ବଙ୍ଗୋପାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କାକୁ ଏଡାଯାଇନପାରେ

ମେ ୧୦ ତାରିଖରେ ବଙ୍ଗୋପାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କାକୁ ଏଡାଯାଇନପାରେ

ଏପ୍ରିଲ ମେ ମାସ ଆସିଲେ ରାଜ୍ୟବାସୀଙ୍କୁ ଘାରେ ବାତ୍ୟା ଭୟ। କାରଣ ଗତ ୪ ବର୍ଷ ହେବ ଲଗାତାର ପ୍ରାକ୍ ମୌସୁମୀ ବାତ୍ୟା ବଙ୍ଗୋପସାଗରରେ ପରିଲକ୍ଷିତ ହେଉଛି। ଯାହା ଓଡ଼ିଶା ନଚେତ୍ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରୁଛି।

ଏପ୍ରିଲ ମେ ମାସ ଆସିଲେ ରାଜ୍ୟବାସୀଙ୍କୁ ଘାରେ ବାତ୍ୟା ଭୟ। କାରଣ ଗତ ୪ ବର୍ଷ ହେବ ଲଗାତାର ପ୍ରାକ୍ ମୌସୁମୀ ବାତ୍ୟା ବଙ୍ଗୋପସାଗରରେ ପରିଲକ୍ଷିତ ହେଉଛି। ଯାହା ଓଡ଼ିଶା ନଚେତ୍ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରୁଛି। ତେବେ ମେ ମାସର ପ୍ରଳୟଙ୍କରୀ ବାତ୍ୟା ଫନି ଏହି ଭୟ କୁ ଦ୍ଵିଗୁଣିତ କରିଛି। ଆସନ୍ତା ମେ ୧୦ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି ।ପାଣିପାଗ ବିଶେଷଜ୍ଞ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଆଣ୍ଡାମାନ ସାଗର ଉପକୂଳରେ ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହୁଛି । ମେ ଓ ଜୁନ୍‌ ମାସରେ ବାୟୁଚଳନର ପ୍ରବାହ, ସମୁଦ୍ର ପତନର ତାପମାତ୍ରା ଏବଂ ପ୍ରଶାନ୍ତ ମହାସାଗରରେ ରହିଯାଇଥିବା ବାତ୍ୟାର ଅବଶିଷ୍ଟାଂଶ, ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି କରିବାକୁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।

ସୂଚନାନୁସାରେ, ଖରାଦିନିଆ ବାତ୍ୟା ମୁକାବିଲା ପ୍ରସ୍ତୁତି । ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଓଡ୍ରାଫ ଓ ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଖରାଦିନେ ବାତ୍ୟା ତାଣ୍ଡବ ରଚୁଥିବାରୁ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.