EnewsOdia.Com

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ବୁଲବୁଲ

ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରିଛି । ଏହା ପାରାଦୀପଠାରୁ ପ୍ରାୟ ୯୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଜଣାଯାଇଛି । ଏହା ଆଗାମୀ୧୨ ଘଣ୍ଟାରେ ଗଭୀର ଅବପାତ ରୂପ ନେବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି | ୨୪ ଘଣ୍ଟାରେ ଏହି ଅବପାତ ବାତ୍ୟାର ରୂପ ନେବ ବୋଲି କୁହାଯାଉଛି|ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା କମ୍ ରହିଛି । ଏହି ବାତ୍ୟାର ନାମ ବୁଲବୁଲ ରଖାଯାଇଛି ।

ବାତ୍ୟାର ସମ୍ଭାବନା ଏତେଟା ନଥିଲେ ମଧ୍ୟ ଓଡିଶା ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୯ ତାରିଖରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ୧୦ ତାରିଖରେ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ସୂଚନା ମିଳିଛି । ତେବେ ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ କମ୍ ପଡିବ । ତେବେ ୮ ତାରିଖ ପୂର୍ବରୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ।

ପଢନ୍ତୁ: ସତେ କେତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

ସମ୍ବନ୍ଧିତ ଖବର

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana