Loading...

ଆରମ୍ଭ ହୋଲା ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଆରମ୍ଭ ହୋଲା ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା

ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଛି । ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ଆଶଙ୍କା ରହିଛି । ବାତ୍ୟା ମିଗଜୋମ ବାପଟଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି ।

ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଛି । ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା । ଆନ୍ଧ୍ର ଉପକୂଳ ବାପଟଲାରେ ମାଡ଼ ହେବ ମିଗଜୋମ । ଗତ ୬ ଘଂଟା ହେଲା ଘଂଟା ପ୍ରତି ୧୧ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୧୦୦ କିଲୋମିଟର ଓ ବାପଟଲାରୁ ୬୦ କିଲୋମିଟର ଦୂରରେ ରହିଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା ରହିପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଲ୍ୟାଣ୍ଡଫଲ ସମୟରେ ଦେଢ ମିଟର ଉଚ୍ଚର ଲହଡ଼ି ସୃଷ୍ଟି ହେବା ଆଶଙ୍କା ରହିଛି । ବାତ୍ୟା ମିଗଜୋମ ବାପଟଲା ଓ କ୍ରିଷ୍ଣା ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବା ଆଂଶକା କରାଯାଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ୮ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା. କ୍ରିଷ୍ଣା, ୱେଷ୍ଟ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଉପକୂଳ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.