News

ଦକ୍ଷିଣ ଚୀନ ସାଗରରେ ବାତ୍ୟା “ପାବୁକ”,ଓଡିଶାକୁ ବିପଦ ନାହିଁ

pabuk

ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ପାବୁକ’ । ଓଡିଶାକୁ ସିଧାସଳଖ କୌଣସି ବିପଦ ନାହିଁ । ଏବେ ଆଣ୍ଡାମାନଠାରୁ ୧୫ଶହ କିମି ଦୂରରେ ରହିଛି । ଆସନ୍ତା ୫ ତାରିଖ ଅପରାହ୍ନ ସୁଦ୍ଧା ବାତ୍ୟା ପାବୁକ ଆଣ୍ଡାମାନ ଛୁଇଁବାର ସମ୍ବାବନା ରହିଛି । ତେବେ ୬ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଣ୍ଡାମନ ପାରି କରିବ ପାବୁକ । କାଳକ୍ରମେ ବାତ୍ୟା ପଶ୍ଚିମ-ପୂର୍ବ ଦିଗରେ ଗତି କରି ମାଆଁମାର ଆଡକୁ ଗତି କରିବ । ଜାନୁଆରୀ ୮ ତାରିଖ ସୁଦ୍ଧା ଏହା ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

pabuk

ତେବେ ଓଡ଼ିଶା ପ୍ରତି କିଛି ସତର୍କ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା ଆଦି ୬ଟି ଜିଲାକୁ ପାବୁକ ସାମୁଦ୍ରିକ ଝଡ଼ ନେଇ ଅବଗତ କରାଯାଇଛି ।

ପଢନ୍ତୁ;  ହୁକିଟୋଲା ବୋଟ ଟ୍ରାଜେଡି: ଏକାଠି ଜଳିଲା ୮ଜୁଇ

Related posts

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ENO Beuro

କଳ୍ପନା ଛକରେ ବସ୍ ଦୁର୍ଘଟଣା,୭ ଆହତ

ENO Beuro

ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

ENO Beuro

Leave a Comment