News

ପେଥାଇ ଉଜାଡିଲା ୧୬ ଜିଲ୍ଲାରେ ଫସଲ

crop

ବୌଦ୍ଧରେ ସର୍ବାଧିକ ଧାନ କ୍ଷତି, ଚଳିତ ସପ୍ତାହ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ

ପେଥାଇ ଉଜାଡିଲା ଫସଲ। ପ୍ରାୟ ୧୬ ଜିଲ୍ଲାରେ ଧାନ ଓ କପା କ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)ବିଷ୍ଣୁପଦ ସେଠୀ କହିଛନ୍ତି, ପୁରୀ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଜଗତ୍‌ସିଂହପୁର ଜିଲା ବ୍ୟତୀତ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଥିବା ରିପୋର୍ଟ ମିଳିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ଧାନ ଫସଲ ନଷ୍ଟ ହୋଇଥିବା ରିପୋର୍ଟ ଆସିଛି।

crop

ପେଥାଇ ପ୍ରଭାବରୁ ଧାନକୁ ବଞ୍ଚାଇ ରଖିବା ପାଇଁ ଚାଷୀ ପଲିଥିନ୍ ଢାଙ୍କି ଥିଲେ । ମାତ୍ର ତାହା ଧାନକୁ ରକ୍ଷା କରିପାରି ନଥିଲା। ସେହିପରି ଶୀତଦିନିଆ ପନିପରିବା ମଧ୍ୟ ପେଥାଇ ମାଡ଼ରେ ଉଜୁଡି ଯାଇଛି। ଅମଳ ସମୟ ହୋଇଯାଇଥିବାରୁ ଓଦା ହେବା ଯୋଗୁ କପା ଚାଷ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ,ଗତ ତିନି ଦିନ ହୋଇଥିବା ବର୍ଷାରେ ୧୬ଜିଲାର ୧୦୦ ବ୍ଲକ ପ୍ରଭାବିତ ହୋଇଛି। ଏହି ସବୁ ବ୍ଲକରେ ୫୦ରୁ ୧୦୦ମିଲିମିଟର ବର୍ଷା ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଗଜପତି, ବଲାଙ୍ଗୀର, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ, କୋରାପୁଟ, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ମୟୂରଭଞ୍ଜ, ରାୟଗଡ଼ା ଏବଂ ଅନୁଗୋଳ ଜିଲାରେ ପ୍ରବଳ ବର୍ଷା ହେଇଛି।

ପଢନ୍ତୁ; ରିଲିଜ ହେଲା ‘ମଣିକର୍ଣ୍ଣିକା’ର ଟ୍ରେଲର

Related posts

କଟକରେ ପୁଣି ଏନ୍‌କାଉଣ୍ଟର : ଯୁଗର ଡାହାଣ ଗୋଡ଼ରେ ବାଜିଛି ଗୁଳି !

ENO Beuro

ପୁଣି କାଶ୍ମୀରରେ ଆତଙ୍କି ଓ ଯବାନ ମୁହାଁମୁହିଁ: ଦୁଇ ଆତଙ୍କି ନିହତ

Ratnamani Moharana

ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ

ENO Beuro

Leave a Comment