EnewsOdia.Com

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌। ବର୍ତ୍ତମାନ ଏହା ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଗତ ରାତିରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜାରି ରହିଛି ବର୍ଷା। ପାରାଦୀପରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କେନ୍ଦ୍ରାପଡ଼ାର ରାଜନଗର ଓ ବାଲେଶ୍ୱରରେ କ୍ରମଶଃ ବର୍ଷା ସାଙ୍ଗକୁ ବଢ଼ିବାରେ ଲାଗିଛି ପବନର ବେଗ। ଏଥିସହିତ ଅଶାନ୍ତ ହୋଇ ଉଠୁଛି ସମୁଦ୍ର। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି।

ସାମ୍ଭାବ୍ୟ ବାତ୍ୟା ବୁଲବୁଲରେ ଉପକୂଳ ଜିଲ୍ଲାରେ ହେବାକୁ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ତୁହାକୁ ତୁହା ବୈଠକ କରି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ମାଟି ଘର, ଖାଲୁଆ ଅଂଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ସ୍ôଥାନକୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି । ଅଶ୍ରୟ ସ୍ଥଳରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୦ଟି ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି ।

ପଢନ୍ତୁ: ମହାବଳ ବାଘକୁ ବିପଦ ‘ବୁଲବୁଲ’

ସମ୍ବନ୍ଧିତ ଖବର

ମୁଖ୍ୟ ଅଭିଯୁକ୍ତଙ୍କ ସହ ଉନ୍ନାଓ ପୀଡ଼ିତାଙ୍କର ବିବାହ ହୋଇଥିଲା

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ଆଜିଠୁ ବଢିବ ଶୀତ

Ratnamani Maharana

ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

Ratnamani Maharana

ରାମ ମନ୍ଦିର ପାଇଁ ପରିବାର ପିଛା ୧୧ ଟଙ୍କା ଓ ପଥର ମାଗିଲେ ଯୋଗୀ

Ratnamani Maharana

୧୭ଶହ ଡେଇଁଲାଣି କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

Ratnamani Maharana